-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
18-Feb-2026
ବଲାଙ୍ଗିର(ପ୍ରେରଣା ଖବର): ପଶ୍ଚିମ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ(ଟିପିଡବ୍ଲୁଓଡିଏଲ୍) ଓ ଅଗ୍ନିଶମ ବିଭାଗଙ୍କ ସଂଯୁକ୍ତ ପ୍ରୟାସରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ମକଡ୍ରିଲ୍ ଆୟୋଜିତ ହୋଇଥିଲା । ଜରୁରୀ ପରିସ୍ଥିତି ଓ ଅଗ୍ନିଜନିତ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତ ରହି ବିପଦକୁ ହ୍ରାସ କରିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲୱାର
ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା ମୁଖ୍ୟ ପରିଦର୍ଶକ ଭାବେ ଉପସ୍ଥିତ ରହି ମକଡ୍ରିଲର ସ୍ଥିତି ଅନୁଧ୍ୟାନ କରିଥିଲେ । ଶ୍ରୀ ଇସଲୱାର କର୍ମଚାରୀମାନଙ୍କୁ ବିଦ୍ୟୁତ ଆଘାତରୁ ବର୍ତ୍ତିବା, ବୈଦ୍ୟୁତିକ ଉପକରଣର ସୁରକ୍ଷା, ଓ ଅଗ୍ନି ବିପର୍ଯ୍ୟୟ ସମୟରେ ସଫଳ ମୁକାବିଲା କରିବାର ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ । ଏହି ପ୍ରକାରର ମକଡ୍ରିଲ୍ଗୁଡିକ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ସଚେତନତା ବୃଦ୍ଧି କରିବା ସହିତ, କର୍ମଚାରୀମାନଙ୍କୁ ପ୍ରାୟୋଗିକ ଅନୁଭବ ଦେଇଥାଏ ବୋଲି ଶ୍ରୀ ବେହେରା ନିଜର ମନ୍ତବ୍ୟରେ କହିଥିଲେ । ଟିପିଡବ୍ଲୁଓଡିଏଲ୍ ର ଭାରପ୍ରାପ୍ତ ସୁରକ୍ଷା ଅଧିକାରୀ ସୌଭାଗ୍ୟ ପରିଡା, ଏଷ୍ଟିମେଟର ଜନ୍ମଜୟ
ସାହୁ, ସୁରକ୍ଷା ଅଧିକାରୀ ଜିତେନ୍ଦ୍ର ଯୋଶୀ ଏବଂ ଅଗ୍ନିଶମ ଅଧିକାରୀ ତେଜ କୁମାର ଏକ୍କା ଏବଂ ଅଗ୍ନିଶମ ବିଭାଗର ସୁଶାନ୍ତ ମିର୍ଧା, ବିଜୟ କୁମାର ଅପାତ, ରାଜେଶ କୁମାର ଚୌହାନ, ନରେଶ ଖମାରି, ସୁଦର୍ଶନ ଭୋଇ, ସୁମନ୍ତ ଭୋଇ, ରୋହିତ ମଲ୍ଲିକ, ବବଲୁ ସାହୁ ପ୍ରମୁଖ ମକଡ୍ରିଲ ପରିଚାଳନା କରିଥିଲେ । ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶୋଭନା ଭୋଇ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହକାରୀ ଜିଲ୍ଲାପାଳ ସରିତା ରାଣୀ ଶତପଥୀ, ଅନୁପମା ପ୍ରଧାନ, ସସ୍ମିତା ପ୍ରଧାନ, ରାମ ନାରାୟଣ ମିଶ୍ର ଓ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଏହି ମକଡ୍ରିଲରେ ସାମିଲ ହୋଇଥିଲେ ।