-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
04-Feb-2021
ଗଜପତି(ପ୍ରେରଣା ଖବର) : ଗଜପତି ଜିଲ୍ଲା ଅଡବା ଗାଁରୁ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଅପହୃତା ନାବାଳିକା ଜଣକ ଅଡବା ଗାଁର ଆଶା କର୍ମୀ ମନୋରମା ମହାପାତ୍ରଙ୍କ ନାବାଳିକା ଝିଅ । ପୂର୍ବରୁ ନାବାଳିକା ଜଣକ ସହ ଅଡବା ଗାଁର ରମା ପ୍ରଧାନୀଙ୍କ ପୁଅ ଅଲେସ ପ୍ରଧାନୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ଏବଂ ଅଲେସ ପୂର୍ବରୁ ବାରମ୍ବାର ନାବାଳିକାର ମାଙ୍କୁ ନାନା ଧମକ ଚମକ ଦେଇଆସୁଥିଲା ।
ଜାନୁଆରୀ 22 ତାରିଖରେ ନାବାଳିକା ଘରେ ଥିବାବେଳେ ଅଲେସ ପ୍ରଧାନୀ ଏବଂ ବାପା ରମା ପ୍ରଧାନୀ ଦୁହେଁ ଉଠାଇ ନେଇଥିବା ମନୋରମା ଗତ 23 ତାରିଖରୁ ଅଡବା ଥାନାରେ ଅଭିଯୋଗ କରିଛନ୍ତି । ମନୋରମା ଗଜପତି ଏସ୍ପିଙ୍କୁ ମଧ୍ୟ ଫୋନ୍ ଯୋଗେ ଝିଅକୁ ଖୋଜି ବାହାର କରିବା ପାଇଁ ନିବେଦନ କରିଛନ୍ତି । ହେଲେ ଦୀର୍ଘ ଦିନ ବିତିଯାଇଥିଲେ ବି ଏଯାଏଁ ନାବାଳିକାଙ୍କ କୌଣସି ପତ୍ତା ମିଳିନାହିଁ ।