-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Feb-2021
ନୂଆଦିଲ୍ଲୀ (ପ୍ରେରଣା ଖବର ବ୍ୟୁରୋ): କୃଷକ ଆନ୍ଦୋଳନ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଥିବା ଗାଜିପୁର ସୀମାରୁ ଗୁରୁବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସ ଦିନ ଦିଲ୍ଲୀରେ ଘଟିଥିବା ହିଂସା ଘଟଣା ପରେ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି। ଶକ୍ତ ବ୍ୟାରିକେଡ ବ୍ୟବସ୍ଥା ସହ ପୋଲିସ ରାସ୍ତାରେ ଲୁହା କଣ୍ଟା ପୋତିଛି। ଗୁରୁବାର ଦିନ ଏହି ଲୁହା କଣ୍ଟା ଓପାଡି ଦିଆଯାଇଥିଲା।
ସୂଚନା ଅନୁଯାୟୀ, ଗାଜିପୁର ସୀମାରେ କୃଷକଙ୍କୁ ଦିଲ୍ଲୀ ଆସିବାକୁ ରୋକିବା ପାଇଁ ରାସ୍ତାରେ ପୋତାଯାଇଥିବା ଲୁହା କଣ୍ଟାଗୁଡିକୁ ମୋଡି ଦିଆଯାଇଛି। ଗୁରୁବାର ସକାଳୁ ଦେଖିଲା ବେଳକୁ କଣ୍ଟାଗୁଡିକ ମୋଡା ହୋଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠିଛି ରାତାରାତି କେଉଁମାନେ ଏହି କଣ୍ଟାଗୁଡିକୁ ମୋଡି ଦେଇଛନ୍ତି। ବୁଧବାର ରାତିରୁ ହିଁ ଏହି କଣ୍ଟାଗୁଡିକୁ ମୋଡି ଦିଆଯାଇଥିଲା ବୋଲି କୁହାଯାଉଛି। ଗୁରୁବାର ସକାଳୁ କଣ୍ଟା ଓପାଡି ଦିଆଯାଇଥିଲା। ସୀମାରେ ପୋତାଯାଇଥିବା ଏହି କଣ୍ଟା ଚର୍ଚ୍ଚାର ବିଷୟ ପାଲଟିଥିଲା।
କୃଷକ ଆନ୍ଦୋଳନରୁ ଆରମ୍ଭ କରି ସଂସଦ ଯାଏଁ ଏହାକୁ ନେଇ ଚର୍ଚ୍ଚା। ବିରୋଧୀ ନେତା ଏହାକୁ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି ଯେ କୃଷକ ଆନ୍ଦୋଳନକୁ ନେଇ ଏହିଭଳି କଣ୍ଟା କାହିଁକି ପୋତାଯାଇଛି। ଅପରପକ୍ଷରେ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ଯେ ଏସବୁ କାମ କିଏ କରିଛି। ବୁଧବାର ରାତିରେ ସେଠାରେ ସୁଵାକ୍ୟ କର୍ମଚାରୀ ଉପସ୍ଥିତ ନଥିଲେ ବୋଲି କୁହାଯାଉଛି। ପୋଲିସ ମାମଲାର ତଦନ୍ତ କରୁଛି। ସୂତ୍ର ଅନୁଯାୟୀ, ଦିଲ୍ଲୀ ପୋଲିସ ତରଫରୁ ହୋଇଥିବା ସୁରକ୍ଷା ବ୍ୟବସ୍ଥାକୁ କେହି ଛୁଇଁ ମଧ୍ୟ ପାରିବେନି, କିନ୍ତୁ ଯେଉଁଭଳି ଭାବେ କଣ୍ଟା ମୋଡ଼ାଯାଇଛି ଓ ଓପାଡି ଦିଆଯାଇଛି ତାହା ପ୍ରଶ୍ନ ଛିଡା କରୁଛି ଯେ ଏସବୁ ପଛରେ ଉଦ୍ଦେଶ୍ୟ କଣ ?