-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

କଳା, ସାହିତ୍ୟ ଓ ସଂସ୍କୃତିର ମହାକୁମ୍ଭ ବଲାଙ୍ଗୀର ଲୋକ ଉତ୍ସବ କୁ ଏତେ ହତାଦର କାହିଁକି ?

19-Jan-2026



ବଲାଙ୍ଗିର(ମହେନ୍ଦ୍ର ଦର୍ଜି): ୨୩ ତମ ବଲାଙ୍ଗିର ଲୋକାଉତ୍ସବ କୁ ଉଦ୍ଘାଟନ କଲେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି।ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀଯୁକ୍ତ ଗୌରୱି ଶିୱାଜୀ ଇସଲୱାର,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଭିଳାଷ ଜୀ, ସାଂସ୍କୃତିକ ଅଧିକାରୀ ତଥା ଲୋକ ଉତ୍ସବ ର ସମ୍ପାଦକ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ମିଶ୍ର,ସ୍ମରଣିକା କମିଟି ସହ ଅଧ୍ୟକ୍ଷ ସନ୍ଦୀପ କୁମାର କୁଅଁର,ଅନ୍ୟତମ ସ୍ମରଣିକା କମିଟି ସହ ଅଧ୍ୟକ୍ଷ ମହେନ୍ଦ୍ର କୁମାର ଦର୍ଜି,ସାଂସ୍କୃତିକ କମିଟି ସହ ଅଧ୍ୟକ୍ଷ ଗୋପାଳ ପଧାନ,ଅନ୍ୟତମ ସହ ଅଧ୍ୟକ୍ଷା ସଂଗୀତା ଦାଶ ପ୍ରମୁଖ ମଞ୍ଚାସିନ ଥିଲେ।ଲୋକ ଉତ୍ସବ ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ମାଁ ସମଲେଶ୍ଵରୀ ଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ  ସମ୍ମାନିତ କରି ଏକ ମିନି ବୃକ୍ଷ ଉପହାର ସଦୃଶ ଦିଆଯାଇଥିଲା।ପରେ ଲୋକ ଉତ୍ସବ ସ୍ମରଣିକା ଏବଂ ଚତୁରଙ୍ଗ ପୁସ୍ତକ ଅତିଥି ମାନେ ଉନ୍ମୋଚନ କରିଥିଲେ।ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଜିଲ୍ଲାରେ ଲୁକ୍କାୟିତ ଥିବା କଳାକାର ମାନଙ୍କୁ କଳାକାର ମଞ୍ଚ ରେ ପରିଚୟ କରାଇବା।ବଲାଙ୍ଗିର ଜିଲ୍ଲା ଏକ ସଂସ୍କୃତି ସଂପନ୍ନ ଜିଲ୍ଲା ଭାବରେ ପରିଗଣିତ।ମୁଖ୍ୟ ଅତିଥି ଶ୍ରୀ ନିରଞ୍ଜନ ବିଶି ଜିଲ୍ଲା ର ଚତୁଃପାର୍ଶ୍ଵରେ ପ୍ରାଚୀନ ମନ୍ଦିର,ସାଂସ୍କୃତିକ ପୀଠ,ଗୁମ୍ଫା,ଶିଳାଲେଖ କିର୍ତିରାଜ୍ ପାହାଡ,ପର୍ବତ, ଯେଉଁ ମାନଙ୍କ ପଛରେ ଐତିହାସିକ କିମ୍ବଦନ୍ତୀ ରହିଛି ସେ ବିଷୟରେ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ବଲାଙ୍ଗିର ଜିଲ୍ଲାପାଳ ଆଜିର ଲୋକ ଉତ୍ସବ ର ସମସ୍ତ ବିଷୟ ଉପରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ।ଜିଲ୍ଲା ଆରକ୍ଷୀ ଅଧିକାରୀ ଲୋକଉତ୍ସବ କୁ ସରସ ସୁନ୍ଦର କରିବା ସହ ଲୋକଙ୍କ ସୁରକ୍ଷା ନିମନ୍ତେ ପୋଲିସ ମୁତୟନ ହୋଇଥିବା ବେଳେ ସାଇବର ସେଲ ମଧ୍ୟ ଅବସ୍ଥାପିତ ଥିବା ଉଲ୍ଲେଖ କରିଥିଲେ।ଆଜିର ସଭା କୁ ସ୍ମରଣିକା କମିଟି ର ସହ ଅଧ୍ୟକ୍ଷ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିବା ବେଳେ ସାଂସ୍କୃତିକ ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଏ ମଞ୍ଚ ଏକ ସାଂସ୍କୃତିକ ମଞ୍ଚ।ଏଣୁ ଜୀବନ ବ୍ୟାପୀ ବିଭିନ୍ନ କ୍ଷେତ୍ରରେ ସଂସ୍କୃତି ଗବେଷଣା ରେ ନିଜକୁ ନିୟୋଜିତ କରିଥିବା ଦୁଇ ଜଣ କଳାକାର ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ପରେ ସାଂସ୍କୃତିକ କମିଟି ସହ ଅଧ୍ୟକ୍ଷ ଗୋପାଳ   ପଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।ସାଂସ୍କୃତିକ ସଭା

ପରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ସାଂସ୍କୃତିକ ଦଳ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ।ପୂର୍ବାହ୍ନ ୧୦ ଟା ସମୟରେ କଳାମଣ୍ଡଳ ପଡ଼ିଆରେ ଥିବା ସାଂସ୍କୃତିକ ମଞ୍ଚ ପୂଜନ ହୋଇଥିଲା।ଦିନ ୧୧ଟା ସମୟରେ କଳାମଣ୍ଡଳ ପଡ଼ିଆରୁ ଏକ ଭବ୍ୟ ଶୋଭାଯାତ୍ରା ରେ ବିଭିନ୍ନ ସାଂସ୍କୃତିକ ଦଳ ସହର ପରିକ୍ରମା ସହ ସହରରେ ଥିବା ମାଁ ସମଲେଶ୍ଵରୀ,ମାଁ ପାଟଣେଶ୍ୱରି ଙ୍କ ମନ୍ଦିର ଦର୍ଶନ ପୂର୍ବକ ପୁଣି କଳା ମଣ୍ଡଳ ପଡିଆ କୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ବଲାଙ୍ଗିର ଲୋକ ଉତ୍ସବ ରେ ଅତିଥି ଭାବେ ଶାସକ ଦଳ ର କୌଣସି ରାଜନେତା ଆସି ନ ଥିବା ବେଳେ ବିରୋଧୀ ଦଳ ସାଂସଦ ଯୋଗଦାନ ଦେଇଥିବା ସମସ୍ତ ଙ୍କୁ ବିସ୍ମିତ କରିଥିଲା।ପ୍ରତିବର୍ଷ ଲୋକ ଉତ୍ସବ ରେ ଶାସକ ଦଳ ମନ୍ତ୍ରୀ ଯୋଗଦାନ ଦେଉଥିବା ବେଳେ ଚଳିତ ବର୍ଷ କେହି ଯୋଗଦାନ କରି ନ ଥିବା ଜିଲ୍ଲା ର ଉତ୍ସବ କୁ ଅଣଦେଖା କରିବା କେତେଦୂର ସମିଚୀନ ବୋଲି ଚର୍ଚ୍ଚା ହେଉଛି।ତେବେ ଶାସନ ରେ ଥିବା ବିଜେପି ସରକାର ବଲାଙ୍ଗିର ର ଲୋକ ଉତ୍ସବ କୁ "ଥୁ" ଦେଇଛନ୍ତି କି ବୋଲି ଦର୍ଶକ ମାନେ ଚର୍ଚ୍ଚା କରନ୍ତି।ଦେଖାଯାଉ ଆଗକୁ ଆଉ ଚାରି ଦିନ ଉତ୍ସବ ରହିଲା।କେଉଁ ଦିନ ସମୟ ମିଳିବ ଶାସକ ଦଳର ରାଜନେତା ମାନଙ୍କୁ ସେମାନେ ଉତ୍ସବରେ ଯୋଗଦେଇ ଉପେକ୍ଷିତ ବଲାଙ୍ଗିରବାସି ତଥା ଦର୍ଶକ ମାନଙ୍କୁ ଉଦବୋଧନ ଦେବେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk