-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
15-Dec-2025
ଗଣିଆ ବ୍ଲକରେ ନୂତନ ବିଡ଼ିଓ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି । ପୂର୍ବରୁ ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ ଗଣିଆ ବିଡ଼ିଓ ଦାୟିତ୍ଵରେ ରହିଥିଲେ । ତେବେ ଗଣିଆକୁ ନୂତନ ବିଡ଼ିଓ ଭାବେ ଲବନେନ୍ଦୁ ମହାନ୍ତି ଯୋଗ ଦେବା ପରେ ତାଙ୍କୁ ଭାର ପ୍ରାପ୍ତ ବିଡ଼ିଓ ଅଙ୍କୁର ଅଭିଳାଷ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଭୁତି ଭୁଷଣ ପଣ୍ଡା,ଶୁଭ୍ରଜିତ ପଣ୍ଡାଙ୍କ ସମେତ ବ୍ଳକ କର୍ମଚାରୀ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗଣିଆରେ ସ୍ଥାୟୀ ବିଡ଼ିଓ ନଥିବା ବେଳେ ଖଣ୍ଡପଡା ବିଡ଼ିଓ ଭାର ପ୍ରାପ୍ତ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ । ତେବେ ନୂତନ ବିଡ଼ିଓ ଆସିବା ପରେ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ଠିକ୍ ଭାବରେ ସମ୍ପାଦନ ହୋଇପାରିବ ବୋଲି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି ।