-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଧାନ କ୍ରୟ ଶୀଘ୍ର କରାନଗଲେ ଆନ୍ଦୋଳନ - ସରକାରଙ୍କ ଚାଷୀ ମାରାଣନୀତିକୁ ନିନ୍ଦା

15-Dec-2025



ବଲାଙ୍ଗୀର (ପ୍ରେରଣା ଖବର): ଅନ୍ନଦାତା ମହା ସଙ୍କଟରେ | ଯିଏ ସାରା ବିଶ୍ୱକୁ ଆହାର ଯୋଗାଏ ସିଏ ଆଜି ଚିନ୍ତାରେ | ନିଜର ଚାଷ ଜମିରେ କିମ୍ବା ଚାଷୀ ମାନେ ଭାଗ ଚାଷୀ ହିସାବରେ ଧାର କରଜ କରି ବହୁତ ପରିଶ୍ରମକରି ମୁଣ୍ଡ ଝାଳ ତୁଣ୍ଡେ ମାରି ଖରା ବର୍ଷାରେ ଚାଷ କରିଥାଏ | ଚାଷୀ ଜାଣେ ଚାଷ କରିବା ଦୁଃଖ | କେତେବେଳେ ପ୍ରକୃତି ଚାଷୀକୁ କେତେ କଷ୍ଟ ଦେଇଥାଏ, କେତେବେଳେ ରୋଗ ପୋକ ତ କେତେବେଳେ ଅଦିନିଆ ବର୍ଷା, କେତେବେଳେ ଲଗାଣ ବର୍ଷା, କେତେବେଳେ ଅମଳ ସମୟରେ ଫସଲ ନଷ୍ଟ ହେବାର ବର୍ଷା ସବୁକୁ ସାହିଯାଏ ଚାଷୀ | ଚାଷ କାର୍ଯ୍ୟ ସରି ଅମଳ ହୋଇ ଅମଳ ଧାନ ଘରେ ରଖା ହୋଇଛି | ଚାଷୀ ଭାବିଛି ଅମଳ ଧାନ କିଛି ବିକ୍ରୟ କରି ଧାର କରଜ ପରିଶୋଧ କରିବା ପାଇଁ କିନ୍ତୁ ଚାଷୀର ଦୁଃଖ କେବେ ସରେ ନାହିଁ | ବିଗତ ଦିନରେ ଚାଷୀକୁ ପ୍ରକୃତି ଦୁଃଖ ଦେଇଥିବାବେଳେ ଏବେ ରାଜ୍ୟ ସରକାର ଦୁଃଖ ଦେଉଛି |  ଚାଷୀ ଧାନ ବିକିବା ପାଇଁ କାହିଁ କେତେ ଦିନରୁ ପଞ୍ଜିକରଣ କରି ସାରିଛି ହେଲେ ଧାନ ବିକ୍ରି ପାଇଁ ଟୋକନ ମେସେଜ ଅପେକ୍ଷାରେ ଚାଷୀ | ଟୋକନ ଆଜି ଆସିବ କାଲି ଆସିବ କିନ୍ତୁ ଡିସେମ୍ବର ମାସ ସରିବାକୁ ଆଉ କିଛି ଦିନ ବାକି, ପୌଷପୁନି ମଧ୍ୟ ଆସିଯିବ କିନ୍ତୁ ଚାଷୀ ତାର କଷ୍ଟଉପାର୍ଜିତ ଧାନ ବିକି ପାରିନାହିଁ | ଏଭଳି ହେବା ଦ୍ୱାରା ଚାଷୀ ସରକାର ପାଖରେ ନ ବିକି ବାଧ୍ୟ ହୋଇ ବେପାରୀ ପାଖରେ କମ ଦରରେ ବିକି ଦେବ | ଚାଷୀ ସମସ୍ୟାକୁ ସମାଧାନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ବିଫଳ | ଡବଲ ଇଞ୍ଜିନ ସରକାରରେ ଚାଷୀ ଡବଲ ରୁ ଟିବଲ ହଇରାଣ ହେଉଛି | ଚାଷୀର ସମସ୍ୟା ସମାଧାନ ପାଇଁ ବିଭିନ୍ନ ରାଜନୈତିକ ଦଳର କୃଷକ ମୋର୍ଚ୍ଚା ମାନେ ମଧ୍ୟ ନିଦାବିଷ୍ଣୁ ସାଜିଛନ୍ତି | ରାଜ୍ୟ ସରକାର ଧାନର ମୂଲ୍ୟ କ୍ୟୁଣ୍ଟାଲ ପ୍ରତି 3100 ଟଙ୍କା ବଢ଼େଇ ବାହାବା ନେଉଥିବାବେଳେ ଏବେ ଚାଷୀର  ଅମଳ ଧାନ କ୍ରୟ କରିବା ପାଇଁ ଅକଲଗୁଡ଼ୁମ ହେଇ ଯାଉଛି | ପ୍ରଥମେ ଅନେକ ଦିଗରୁ ଚାଷୀକାର୍ଡ କାଟିବା ପାଇଁ ଯୋଜନା କଲା ଏବେ ଘୋଷଣା କରିଛନ୍ତି ଯେଉଁ ରାସନକାର୍ଡଧାରୀ ଚାଷୀ ପରିବାର ର ଅଢ଼େ ଏକର ଜମି ଥିବ କିମ୍ବା 30 କ୍ୟୁଣ୍ଟାଲ ଧାନ ଅମଳ କରୁଥିବ ସେହି ଚାଷୀର ରାସନ କାର୍ଡ କାଟିଦେବେ ରାଜ୍ୟ ସରକାର | ଚାଷୀର ସମସ୍ୟା ସମାଧାନ କରିବା ପାଇଁ, ଗରିବର ସମସ୍ୟା ସମାଧାନ କରିବା ପାଇଁ, ବେକାରୀ ସମସ୍ୟା ସମାଧାନ କରିବା ପାଇଁ, ବୃଦ୍ଧ ବୃଦ୍ଧାଙ୍କ ଭତ୍ତା ସମସ୍ୟା ସମାଧାନ କରିବା ପାଇଁ, ଦାଦନ ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟ ରାଜକୋଷରେ ଯଦି ଟଙ୍କାର ଅଭାବ ରହିଛି କିନ୍ତୁ ବିଧାୟକ ମାନେ ନିଜ ଦରମା ବଢେଇବା ପାଇଁ କେଉଁ ରାଜକୋଷରୁ ଭରଣା ହେବ | ଚାଷୀ ସମସ୍ୟା ସମାଧାନ ସହ ଚାଷୀର ଧାନ କ୍ରୟ କରିବା ଏବଂ ରାସନକାର୍ଡ ଧାରୀ ମାନଙ୍କ ରାସନ କାର୍ଡ କାଟିବା ନିର୍ଦ୍ଧେଶାବଳୀକୁ ପ୍ରତ୍ୟାହାର କରିବା ପାଇଁ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ  ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗୀର ଉଦ୍ଦେଶ୍ୟରେ ସହାୟକ ଜିଲ୍ଲାପାଳ ହେତୁରାମ ବିଭାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ | ଦାବିପତ୍ର ଦେବା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଗୌରୀ ଶଙ୍କର ବରିହା, ମଦନ ମାଝୀ, ଯୁଧିଷ୍ଠିର ମିର୍ଦ୍ଧା, ଶେଷଦେବ ବେହେରା, ଟିକେଶ୍ୱର କୁମୁରା ଉପସ୍ଥିତ ଥିଲେ |


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like