-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ପିପି ଏକାଡେମୀ ୧୯୯୩ ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁମିଳନ

15-Dec-2025



"ତିନି ଦଶକ ପରେ ମଧ୍ୟ ସେଇ ମଜା,ସେଇ ବନ୍ଧୁତ୍ୱ"

ବଲାଙ୍ଗୀର(ପ୍ରେରଣା ଖବର): :ଦୀର୍ଘ ତିନି ଦଶକ ପରେ ପିପି ଏକାଡେମୀ ର ୧୯୯୩ ମ୍ୟାଟ୍ରିକ ବ୍ୟାଚ ର ଛାତ୍ରମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ଦେଶର ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ପୁରାତନ ଛାତ୍ରମାନେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କର ପୁରୁଣା ଦିନର ସ୍ମୃତିକୁ ପୁନର୍ଜୀବନ ଦେଇଥିଲେ।ଦୀପ ପ୍ରଜ୍ଜଳନ ଓ ସରସ୍ବତୀ ବନ୍ଦନା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଆୟୋଜନ କମିଟିର ସଦସ୍ୟମାନେ ଉପସ୍ଥିତ ସମସ୍ତ ବନ୍ଧୁ ମାନଙ୍କୁ ସ୍ୱାଗତ କରି ଏହି ବନ୍ଧୁମିଳନ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ଏହାପରେ ୧୯୯୩ ମ୍ୟାଟ୍ରିକ ବ୍ୟାଚ ର ସମସ୍ତ ଦିବଂଗତ ବନ୍ଧୁମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେବାସହ ସେମାନଙ୍କ ସହ ବିତେଇଥିବା ମୁହୂର୍ତ୍ତ,ନିର୍ମଳ ବନ୍ଧୁତ୍ୱ ଓ ଅଭୁଲା ସ୍ମୃତି କୁ ମନେପକାଇ ତାଙ୍କର ଆତ୍ମା କୁ ଶାନ୍ତି ଓ ସଦଗତି ପ୍ରଦାନ କରିବା ସହ ଶୋକାକୁଳ ପରିବାର ବର୍ଗକୁ ଏହି ଅପାର ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ଏହି ବନ୍ଧୁ ମିଳନର ମୁଖ୍ୟ ଆକର୍ଷଣ ଥିଲା ସ୍ମୃତିଚାରଣ ପର୍ବ।ଏହି ଅବସରରେ ଅନେକ ପୁରାତନ ଛାତ୍ର ମଞ୍ଚକୁ ଆସି ତାଙ୍କର ଶିକ୍ଷା ଜୀବନର ମଜାଦାର ଘଟଣା,ପୁରୁଣା କ୍ଲାସ ରୁମ,ପ୍ରାର୍ଥନା ସଭା,ଶିକ୍ଷକ ମାନଙ୍କ କଠୋରତା ଭିତରେ ଲୁଚିଥିବା ସ୍ନେହର କଥା,ବନ୍ଧୁତ୍ୱ ର ଗଭୀରତା ଓ ସେ ଦିନର ଅଭୁଲା ସ୍ମୃତି କୁ ସମସ୍ତଙ୍କ ସହ ଭାବ ବିନିମୟ କରିଥିଲେ।ଏହି ଅନୁଭବ ଗୁଡିକ ସମଗ୍ର ପରିବେଶକୁ ଭାବପ୍ଲୁତ କରିଦେଇଥିଲା।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୁରାତନ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଓ ହିନ୍ଦୀ ଭଜନ,ଗୀତ ଓ କବିତା ପାଠ ପରିବେଷଣ ହୋଇଥିଲା।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କେବଳ ସ୍ମୃତିଚାରଣ ରେ ସୀମିତ ରହିନଥିଲା; ସମାଜ ପ୍ରତି ଦାୟିତ୍ୱ ବୋଧ ମଧ୍ୟ ଏହାର ଏକ ମୁଖ୍ୟ ଅଂଶ ଥିଲା।ଏହି ଅବସରରେ ପିପି ଏକାଡେମୀ ର ଉନ୍ନତି ପାଇଁ କିଛି ଶିକ୍ଷାମୂଳକ ସହଯୋଗ ଦେବା ସହ ଆଗାମୀ ଦିନରେ ଗରିବ ଓ ମେଧାବୀ ଛାତ୍ର ମାନଙ୍କୁ ସହାୟତା ପ୍ରଦାନ କରିବା ନିମିତ୍ତ ଏକ ସାମୂହିକ ସଂକଳ୍ପ ଗ୍ରହଣ କରାଯାଇଥିଲା।ଦୀର୍ଘ ସମୟର ବ୍ୟବଧାନ ପରେ ମିଳିଥିବା ଏହି ବନ୍ଧୁମିଳନ ରେ ପ୍ରତ୍ୟେକ ମୁହଁରେ ଅପାର ଆନନ୍ଦ ଓ ଆତ୍ମୀୟତା ଭାବ ଦେଖାଯାଉଥିଲା।କେତେଜଣ ବନ୍ଧୁ ଡାକ୍ତର,ଇଞ୍ଜିନିୟର,ଶିକ୍ଷକ ତ କେତେଜଣ ବନ୍ଧୁ ସଫଳ ବ୍ୟବସାୟୀ ହୋଇଥିଲେ ମଧ୍ୟ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତେ ପୁନର୍ବାର ୧୯୯୩ ମସିହାର ସେଇ ନିର୍ମଳ ଛାତ୍ର ଜୀବନକୁ ଫେରିଯାଇଥିଲେ।ପିପି ଏକାଡେମୀ କେବଳ ପାଠ ନୁହେଁ, ଜୀବନର ମୂଲ୍ୟବୋଧ,ଶୃଙ୍ଖଳା, ଦେଶପ୍ରେମ ଓ ମାନବିକତାର ଶିକ୍ଷା ଦେବା ସହ ଆଜି ଜୀବନର ବିଭିନ୍ନ କ୍ଷେତ୍ରରେ ସଫଳ କରିଥିବା ଯୋଗୁଁ  ସମସ୍ତ ପୁରାତନ ଛାତ୍ର ପିପି ଏକାଡେମୀ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like