-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
15-Dec-2025
(ମନୋରଞ୍ଜନ ତ୍ରିପାଠୀ)
ସୋନପୁର ଘୋଡ଼ାଘାଟ ପଡ଼ା ସ୍ଥିତ ଶ୍ରୀ ଦଧି ବାମନ (ଜଗନ୍ନାଥ) ମନ୍ଦିର ଓ ବୁଢ଼ୀ ସମଲେଇ ମନ୍ଦିର କୁ ପରିଦର୍ଶନ କରି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ପ୍ରଭୂ ତିନି ଠାକୁର ଓ ମା ବୁଢୀ ସମଲେଇ ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ l ଓ ସହର ତଥା ଜିଲ୍ଲା ର ଦୃତ ବିକାଶ ପାଇଁ ଶୁଭ ମନାସି ଥିଲେ l ରାଜା ରାଜୁଡା ସମୟ ର ଏହି ସର୍ଵ ପୁରାତନ ଦଧି ବାମନ ମନ୍ଦିର ର ନିର୍ମାଣଧୀନ କଲ୍ୟାଣ ମଣ୍ଡପ ଓ ମନ୍ଦିର ର ଭିତ୍ତି ଭୂମି ଉପରେ କମିଟି ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ l ଓ କଲ୍ୟାଣ ମଣ୍ଡପ କାର୍ଯ୍ଯ ସମ୍ପୂର୍ଣ୍ଣ ହେବା ଯାଏ ପର୍ଯ୍ୟାପ୍ତ ପରିମାଣ ରେ ଅନୁଦାନ ଆବଶ୍ୟକ ବୋଲି ଅନୁଧ୍ୟାନ କରି ଆଗକୁ ବିଭିନ୍ନ ଅନୁଦାନ ରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କମିଟି ସଦସ୍ୟ ଙ୍କୁ ପ୍ରତିଶୁତି ଦେଇଥିଲେ l ମନ୍ଦିର କମିଟି ର ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, କଲ୍ୟାଣ ପାଢ଼ୀ, ବ୍ରଜ ଗୋପାଳ ପୁଝାରୀ , ଶିବ ନାରାୟଣ ସରାଫ, ଗୋପାଳ ପଧାନ, କାର୍ତ୍ତିକ ପଧାନ, ଓ ତାରା ଭୂଷଣ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ l