-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
26-Sep-2020
ମିଳିତ ଜାତିସଂଘ ସାଧାରଣ ପରିଷଦକୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପରିଷଦର ୭୫ତମ ଅଧିବେଶନରେ ମୋଦି ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାତଃ ଅଧିବେଶନର ପ୍ରଥମ ବକ୍ତା ଭାବେ ନିଜର ମତ ରଖିବେ ମୋଦି । କରୋନା ମହାମାରୀ ସମୟରେ ଏହି ଅଧିବେଶନର ଅଧିକାଂଶ ଭାଷଣ ଭର୍ଚ୍ୟୁଆଲ ମାଧ୍ୟମରେ ହେବ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ରେକର୍ଡ ହୋଇଥିବା ଭାଷଣକୁ ନ୍ୟୁୟର୍କ ସ୍ଥିତ ୟୁଏନଜିଏନ୍ ହଲ୍ରେ ପ୍ରଦର୍ଶନ କରାଯିବ । ଆମେ ଚାହୁଁଥିବା ଭବିଷ୍ୟତ, ମିଳିତ ଜାତିସଂଘର ଆବଶ୍ୟକତା ଶୀର୍ଷକ ରଖାଯାଇଛି ଚଳିତ ଅଧିବେଶନର ପ୍ରସଙ୍ଗ ।