-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
18-Oct-2025
ବୋଡ଼େନ (ରାମନାଥ ପଣ୍ଡା)
ବିଭିନ୍ନ ସମୟରେ ନୂଆପଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଏକ ଉପାନ୍ତ ଅଞ୍ଚଳର ଛାତ୍ର ଛାତ୍ରୀ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣଙ୍କ ତତ୍ତ୍ଵାବଧାନରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦାନ କରି ସଫଳତା ଲାଭ କରିବା ସହିତ ପୁରସ୍କୃତ ହେଉଥିବା ଦେଖିବାକୁ ମିଳିଥାଏ । ଗତ ୧୭ ଓ ୧୮ ଅକ୍ଟୋବର ଦିନ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ଠାରେ ଜାତୀୟ ସେବା ସଂସ୍ଥା ଦ୍ଵାରା ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରାକ ସାଧାରଣ ତନ୍ତ୍ର ଦିବସ ପ୍ୟାରେଡକୁ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନର +୩ ଦ୍ଵିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ଅଞ୍ଜଳି ସାହୁ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ତରଫରୁ ମନୋନୀତ ହୋଇ ଯୋଗଦାନ କରିଛନ୍ତି ।ଏହି ଶିବିରରେ ସମଗ୍ର ଓଡ଼ିଶାର ୨୦୦ ଜଣ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଛନ୍ତି । ସୁଶ୍ରୀ ଅଞ୍ଜଳି ସାହୁଙ୍କୁ ଅଧ୍ୟକ୍ଷ ଅବନୀ କୁମାର ଖମାରି ଓ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି ତଥା ବିଭିନ୍ନ ପଟରୁ ଶୁଭେଚ୍ଛା ବାର୍ତ୍ତା ମାନ ଆସୁଅଛି ।