-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2025
ବଲାଙ୍ଗୀର (ପ୍ରେରଣା ଖବର): ଗତକାଲି ବଲାଙ୍ଗୀର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ଟିମ୍ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ ଯାଇଥିଲେ ।
ସବୁ ବର୍ଷ ପରି ଏଥର ମଧ୍ୟ ବଲାଙ୍ଗିର ଦିନ ଆୟୋଜକ କମିଟି ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲଵାର ଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରିବା ସହ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ପାଳନ କରାଯିବ ସେ ଉପରେ ଆଲୋଚନା ହୋଇଥିଲା। ବଲାଙ୍ଗୀର ଦିନ ପାଳନ ରେ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଭାବରେ କେମିତି ହେଇପାରିବ ସେଥିପାଇଁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ମହୋଦୟ କହିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ପ୍ରତାପ ରଥ,ଲୋଟସ ଷଡ଼ଙ୍ଗୀ,ବିଦୁ ଭୁଷଣ ତ୍ରିପାଠୀ, ଦିନେଶ ଶର୍ମା ଓ ବିନୋଦ କୁମାର କାଲସାଏ ପ୍ରମୁଖ ସାମିଲ ଥିଲେ।