-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
22-Sep-2025
ବରପାଲି (ସୁଦାମ ଦୀପ)
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଆୟୋସିଏଲ ଗେଷ୍ଟ ହାଉସ ଠାରେ ଓଡିଶା aଆଦିବାସୀ ବଞ୍ଜାରା ସମାଜର ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଚନାବୁଟୁ ବଞ୍ଜାରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ସମଲେଇ, ପ୍ରଭୁ ନୃସିଂହନାଥ ଓ ବଞ୍ଜାରା ସମାଜର ଇଷ୍ଟଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା । ମୂଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜାତୀୟ ସଭାପତି ପ୍ରଫେସର ମୋହନ ଚୌହାନ, ମୂଖ୍ୟବକ୍ତା ଭାବେ ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ଦିଗାମ୍ବର ରାଠୋର ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୈଳାସ ନାଏକ, ଦୁଃଖିଶ୍ୟାମ ନାଏକ, ଯଶୋବନ୍ତ ନାଏକ, ଘନଶ୍ୟାମ ନାଏକ, ଜଗତନନ୍ଦ ନାଏକ, ମିଟୁରାମ ନାଏକ, ହରିଶ୍ଚନ୍ଦ୍ର ନାଏକ, ଦୁର୍ଯ୍ୟୋଧନ ନାଏକ, ପ୍ରିତୀ ନାଏକ, ଇଶ୍ଵର ଚନ୍ଦ୍ର ନାଏକ, ରିଖି ନାଏକ, ଡ଼. ପଞ୍ଚରାମ ନାଏକ, ଚୈତ କୁମାର ନାଏକ, ସୁରେଶ ନାଏକ, କୁଳମଣି ନାଏକ, କ୍ଷୀର ସାଗର ନାଏକ, ସାଧୁ ନାଏକ, ଉପାସୀ ନାଏକ, ଲକ୍ଷ୍ମୀ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ । ସମାଜର ମହିଳା ଓ ପୁରୁଷମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ଦିଲ୍ଲୀପ ନାଏକ ସଭା ପରିଚାଳନା କରିଥିବା ବେେଳେ ସୁନ୍ଦରମଣୀ ନାଏକ ଧନ୍ୟବାଦ ଦେଇଥିଲେ । ଉକ୍ତ ଭେଟଘାଟ କାର୍ଯ୍ୟକ୍ରମରେ ଓଡିଶା ଓ ଅନ୍ୟ ରାଜ୍ୟମାନଙ୍କରୁ ହଜାରେରୁ ଅଧିକ ଜାତି ଭାଇମାନେ ଯୋଗ ଦେଇଥିଲେ ।