-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
22-Sep-2025
ନୂଆପଡ଼ା (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ କାର୍ଯ୍ୟରତ ଫରେଷ୍ଟର ଖଗେଶ୍ୱର ମାଝୀ ଭବାନୀପାଟଣା ଠାରେ ଗତ କାଲି ବନ ବିଭାଗର ଜୋନାଲ ସ୍ତରୀୟ ଖେଳ କୁଦରେ ଯୋଗଦାନ କରି ୫ ଟି ଗୋଲ୍ଡ ମେଡାଲ ପ୍ରାପ୍ତ କରି ନୂଆପଡ଼ା ଜିଲ୍ଲାର ମାନ ବଢାଇଛନ୍ତି । ସେ ପୂର୍ବରୁ ନେସନାଲ ସ୍ପୋର୍ଟସ ମାନଙ୍କରେ ମଧ୍ୟ ପୁରସ୍କୃତ ହୋଇଥିବା ତାଙ୍କ ଜୀବନର ଅତୀତ ପ୍ରକାଶ କରେ । ଡି ଏଫ୍ ଓ ଅଜିଜ ଖାନଙ୍କ ଦିଗଦର୍ଶନ ଓ ପ୍ରେରଣା ଫରେଷ୍ଟର ମାଝିଙ୍କୁ ଆହୁରି ଉତ୍ସାହିତ କରିଛି । ଆସନ୍ତା ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଖେଳ କୁଦରେ ପୁନର୍ବାର ଭଲ ପ୍ରଦର୍ଶନ କରି ଜିଲ୍ଲାର ନାମ ରଖିବେ ବୋଲି ଆଶା କରାଯାଉଛି ।