-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) କରୋନା ବିରୋଧରେ ଭାରତ ଲଗାତର ଭାବେ ଲଢେଇ ଜାରି ରଖିଛି । ଭାରତରେ ନିର୍ମିତ ୨ଟି ଭାକ୍ସିନ୍ର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଯାହାପରେ ଦେଶରେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଜାରି ରହିଛି । ଏଭଳି ସ୍ଥିତିରେ ଭାରତ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟ ଦେଶମାନଙ୍କୁ ମଧ୍ୟ ଭାକ୍ସିନ୍ ଯୋଗାଇଛି। କରୋନା ଭାଇରସ୍ରେ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶମାନଙ୍କୁ ଭାରତ ଏବେ କରୋନା ଭାକ୍ସିନ୍ ଯୋଗାଣ କରୁଛି ।
ଏହିପରିପେକ୍ଷୀରେ ଭାରତ ଆଜି ବାହାରିନ୍ ଓ ଶ୍ରୀଲଙ୍କାକୁ କରୋନା ଭାଇରସ ପ୍ରଥମ ପର୍ଯ୍ୟାୟ ଯୋଗାଣ କରିଛି । ସିର୍ମ ଇନଷ୍ଟୁଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ଼ ଟିକା ଏହି ଦେଶକୁ ପଠାଯାଇଛି । ମୁମ୍ବାଇ ବିମାନବନ୍ଦରରୁ ଶ୍ରୀଲଙ୍କ ରାଜଧାନୀ କଲୋମ୍ବା ଓ ବାହାରିନ୍କୁ ପଠାଯାଇଛି । କୋଭିସିଲ୍ଡ ଟିକାର ବଡ଼ ବଡ଼ ବାକ୍ସ ଏହି ୨ ଦେଶକୁ ପଠାଯାଇଛି । ଏଭଳି କଠିନ ପରିସ୍ତିତିରେ ଭାରତ ଲଗାତର ଭାବେ ଅନ୍ୟଦେଶମାନଙ୍କୁ ସହଯୋଗ କରିଆସୁଛି ।
ସେହିପରି ଏହାପୂର୍ବରୁ ଭାରତ ବାଂଲାଦେଶ, ବ୍ରାଜିଲ , ନେପାଳ, ଭୂଟାନ ପରି ଅନେକ ଦେଶକୁ କରୋନା ଭାକସିନ୍ ଯୋଗାଇଛି । ଏହି ସବୁ ଦେଶକୁ ସେରମ୍ ଇନ୍ଷ୍ଟୁଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଭାକ୍ସିନ୍ ଦିଆଯାଇଛି ।