-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ବାର ଆସୋସିଏସନ୍ ପକ୍ଷରୁ ସେମିନାର

08-Sep-2025



‘ଆଇନ ବୃତ୍ତିର ମାନବୃଦ୍ଧି ହେଲେ ସମ୍ମାନ ବଢ଼ିବ’ 

ବଲାଙ୍ଗୀର: ବଲାଙ୍ଗୀର ଜିଲା ବାର ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ବାର ହଲ ଠାରେ ଶନିବାର ‘ହାଓ ଟୁ ରିଭର୍ସ ସି ପ୍ରୋସେସ୍ ଅଫ୍ ଏ ଡେକ୍ଳୋଇନିଂ ବାର ଏଣ୍ଡ ରେଷ୍ଟୋର ଇଟ୍‌ସ ପ୍ରିଷ୍ଟାଇନ୍ ଗ୍ଳୋରି’ ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଥିଲା। ଜିଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସେମିନାରରେ ମୁଖ୍ୟଅତିଥି ଭାବେ ଓଡିଶା ଷ୍ଟେଟ୍ ବାର କାଉନସିଲର ଚେୟାରମେନ୍ ସୀତାଂଶୁ ମୋହନ ଦ୍ୱିବେଦୀ ଏବଂ ମୁଖ୍ୟବକ୍ତା ଭାବେ ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ନନ୍ଦ ଯୋଗଦାନ କରିଥିଲେ। ଆଇନବୃଦ୍ଧିର ସାମ୍ପ୍ରତିକ ଅଧୋଗତି ଏବଂ ଏହାର ହୃତ୍ ଗୌରବ ସ୍ଥାପନ ପାଇଁ ଆଇନଜୀବୀ ମାନଙ୍କୁ ସଚ୍ଚୋଟତାର ସହ ଆଇନବୃତ୍ତିର ମାନବୃଦ୍ଧି କରିବାକୁ ପଡିବ ଏବଂ ଏହାଦ୍ୱାରା ଆଇନଜୀବୀଙ୍କ ସମ୍ମାନ ବଢ଼ିବା ସହ ଆଇନବୃତ୍ତିର ସମ୍ମାନ

ବଢ଼ିବ ବୋଲି ମୁଖ୍ୟବକ୍ତା ନନ୍ଦ କହିଥିଲେ। ଆଇନଜୀବୀଙ୍କ ବିଭିନ୍ନ ଅସୁବିଧାର ଦୂରୀକରଣ, ଆଇନ ବ୍ୟବସାୟର ସମୃଦ୍ଧିକରଣ ଦିଗରେ ଷ୍ଟେଟ୍ ବାର କାଉନସିଲ ପ୍ରତିବଦ୍ଧ ବୋଲି ମୁଖ୍ୟଅତିଥି ଦ୍ୱିବେଦୀ କହିଥିଲେ। ସେମିନାର କମିଟି ଆବାହକ ତଥା ବରିଷ୍ଠ ଆଇନଜୀବୀ ଜୟକୃଷ୍ଣ ସାହୁ ସଭା ପରିଚାଳନା କରିଥିଲେ। ପ୍ରାରମ୍ଭିକ ବକ୍ତବ୍ୟରେ ଆଇନଜୀବୀ ସାହୁ ଆଇନବୃତ୍ତି ପ୍ରତିଭାବାନ୍ ଯୁବତୀ, ଯୁବକଙ୍କୁ ଆକର୍ଷିତ କଲେ ଆଇନବୃତ୍ତିର ମାନ ବୃଦ୍ଧି ହେବ ବୋଲି କହିଥିଲେ। ଅତିଥି ବକ୍ତାଙ୍କ ବକ୍ତବ୍ୟ ପରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସେମିନାର କମିଟି ସଂଯୋଜକ ଚନ୍ଦ୍ରଶେଖର ମିଶ୍ର, ଜାଗୃତି ସାହୁ, ସଙ୍ଗୀତା ମାଝି, ପ୍ରମୋଦ ବହିଦାର, ଅରବିନ୍ଦାକ୍ଷ ପୂଜାରୀ ଓ ରତନ ମହାରଣା ଅଂଶଗ୍ରହଣ କରିଥିଲେ। ଆଇନଜୀବୀ ଅରବିନ୍ଦାକ୍ଷ ପୂଜାରୀ ଭର୍ଚ୍ଚୁଆଲ କୋର୍ଟ ଉପରେ ପ୍ରଶ୍ନ କରି ପଶ୍ଚିମ ଓଡିଶା ପାଇଁ ସାପ୍ତାହିକ ଗୋଟିଏ ଦିନ ହାଇକୋର୍ଟର ସ୍ୱତନ୍ତ୍ର ଶୁଣାଣି ପାଇଁ ରାଜ୍ୟ ବାର କାଉନସିଲ ପଦକ୍ଷେପ ନେଇ ବୋଲି ପ୍ରସ୍ତାବ ରଖିଥିଲେ। ଏହି ସେମିନାରରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ଭବାନୀ ଶଙ୍କର ଶତପଥି, ଜଗନ୍ନାଥ ଆଚାର୍ଯ୍ୟ, ଶ୍ରୀକର ମିଶ୍ର, ଦୀପ୍ତି ଶର୍ମା, ଅଶୋକ ରାଉତ, ସନ୍ତୋଷ ପାଢ଼ୀ, ଦେବେନ୍ଦ୍ର ପାଣିଗ୍ରାହୀ, ସୁଧାଂଶୁ ଶେଖର ଦେଓ, ଦେବାଶିଷ ବିଶ୍ୱାଳ, ସରୋଜ ଗୁପ୍ତା, ଶଶୀଭୂଷଣ ପୁରୋହିତ,  ସମୀର ମିଶ୍ର, ସବିତା ରାଣୀ ମିଶ୍ର, ସୁମିତ ଖୁଆସ,  ଲକ୍ଷ୍ମଣ ହୋତା, ମଳୟ ଗଡତ୍ୟା, ଆର୍ତ୍ତତ୍ରାଣ ପୁରୋହିତ, ସଞ୍ଜୟ ପଟେଲ, ଶିବଦତ୍ତ ଦ୍ୱିବେଦୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ ସଞ୍ଜୟ ବଗର୍ତ୍ତୀ  ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like