-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
08-Sep-2025
ବଲାଙ୍ଗୀର (ପ୍ରେରଣା ଖବର): ଏକଦା ଓଡିଶାର ସାହିତ୍ୟ ଜଗତରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ବଲାଙ୍ଗୀର କୋଶଲ କଳାମଣ୍ଡଳ ର ମୁଖପତ୍ର ଚତୁରଙ୍ଗ ପୁଣି ଥରେ ନିଜର ଆସନ ଓଡିଶା ର ସାହିତ୍ୟ ଜଗତ ରେ ସୁଦୃଢ କରିପାରିଛି। ଚତୁରଙ୍ଗ ନବପ୍ରକାଶର ଚତୁର୍ଥ ବର୍ଷ ଦ୍ବିତୀୟ ସଂଖ୍ୟାର ଶୁଭ ଉନ୍ମୋଚନ ସୋମବାର ଉପଦେଷ୍ଟା ମଣ୍ଡଳୀ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଡ. ବିଜୟା ନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ତାଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। .ଏହି କାର୍ଯ୍ୟକ୍ରମରେ ପରିଚାଳନା ସମ୍ପାଦକ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ସହ ସମ୍ପାଦକ ସନାତନ ଠାକୁର,ସମ୍ପାଦନା ମଣ୍ଡଳୀ ର ସଦସ୍ୟ ଡ଼ଃ ସୁଷମା ମଞ୍ଜରୀ ନାୟକ, ଭାଗିରଥି ମିଶ୍ର, ସନ୍ଦୀପ କୁମାର କୁଅଁର, ରଘୁନାଥ ବାବୁ, ବୀରେନ୍ଦ୍ର କୁମାର ଝାଙ୍କର, ଜୟ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଆସନ୍ତା ଡିସେମ୍ବର ମାସରେ ଚତୁରଙ୍ଗର ବାର୍ଷିକ ଉତ୍ସବ ପାଳନ ସହ ସାରସ୍ୱତ ସମାବେଶ ଓ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିଲା।