-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ବୀରମହାରାଜପୁର,( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସହଯୋଗରେ ଗୁରୁବାର ଇନୋଭେସନ ଆଣ୍ଡ ଷ୍ଟାର୍ଟ ଅପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I କଲେଜ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ କିଶୋର କୁମାର ହୋତା ମୁଖ୍ୟ ଅତିଥି ଭାବରେ ଏବଂ ମତ୍ସ୍ୟ ଚାଷ ପ୍ରଶିକ୍ଷକ ଆଡ଼ଭୋକେଟ ସୁଶୀଲ କୁମାର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଷୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ I ପଦାର୍ଥ ବିଜ୍ଞାନର ଅଧ୍ୟାପିକା ସୁପ୍ରଭା ନନ୍ଦ ମଧ୍ୟ ମଞ୍ଚାସୀନ ହୋଇ ନୂଆ ଷ୍ଟାର୍ଟ ଅପ ସମ୍ପର୍କରେ ଆଲୋଚନା କରିଥିଲେ I ଅଧ୍ୟାପକ ମାଧବ ପଧାନ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ଝା, ନିତାରାଣୀ ପଧାନ, ପ୍ରଭାତ ପୁରୋହିତ, ଦୀପକ ଟପ୍ପୋ, ସିଦ୍ଧେଶ୍ୱର ତ୍ରିପାଠୀ,ମାଳତୀ ନାଏକ, ବିଦ୍ୟୁତ ପ୍ରଭା ରଥ, ସୋନାଲି ମହାକୁର,ପୂଜାରାଣୀ ମେହେର ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ I