-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କଳାପଥର ସତ୍ଯବାଦୀ ଊଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସରକାରଙ୍କ ନିଦ୍ଦେର୍ଶାତ ନିଶାମୁକ୍ତ ଭାରତ ଅଭିଯାନ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ଯୋଗଦେଇ ଶୁଭାରମ୍ଭ କରି ନିଶାର ଭୟାବହତା ଉପରେ ସଚେତନତା ସୃଷ୍ଟି କରିବା ସହ ଆଜିର ଯୁବ ସମାଜ ନିଶାମୁକ୍ତ ଭାରତ ଗଢିବା ଅଭିଯାନ ରେ ସମସ୍ତେ ସାମିଲ ହୋଇ ଭାରତ କୁ ଏକ ବିକଶିତ ରାଷ୍ଟ୍ର ଗଢି ତୋଳିବାକୁ ଆହ୍ବାନ ଦେଇଥିଲେ। ଏହି ଉପଲକ୍ଷେ ଏକ ଶପଥ ପାଠ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ମଧ୍ଯରେ ରେଙ୍ଗାଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଗ୍ରାମକୁ ସବୁ ଘରେ ତ୍ରିରଙ୍ଗା ପତାକା ବଣ୍ଟନ କରି ହର ଘର ତ୍ରିରଙ୍ଗା ଅଭିଯାନ କୁ ସଫଳ କରିବାରେ କର୍ମି ସାଜିଥିଲେ। ଅନୁଷ୍ଠାନ ର ଦେବଜାନୀ ମେସୁଆ , ଶାନ୍ତନୁ ପଧାନ, ଶିବବ୍ରତ କର୍ଣ୍ଣ, ବିପିନ କଲତା, ରିଙ୍କି ଗଡ଼ୁଆ , ଅବନ୍ତି ନାଏକ , ସଞ୍ଜୟ କର୍ଣ୍ଣ, ବସୁଦେବ ରଣା , ବ୍ରଜ ମହାକୁର ସହଯୋଗ କରିଥିଲେ।