-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ନୂଆପଡ଼ା (ରାମନାଥ ପଣ୍ଡା)
ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ବିଭାଗ ନୂଆପଡ଼ାର ତତ୍ବାବଧାନରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣାଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସଭାଗୃହ ଠାରେ ଯୋଗ୍ୟ ଓ ଇଚ୍ଛୁକ ଗ୍ରାମାଞ୍ଚଳର ସ୍ୱଳ୍ପ ଶିକ୍ଷିତ ବେକାର ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ସୁଯତ୍ନ ୱେଲଫେୟାର ଟ୍ରଷ୍ଟ ଭୁବନେଶ୍ୱର ତରଫରୁ ନର୍ସିଂ ଆସିଷ୍ଟାଣ୍ଟ ତାଲିମ ପାଇଁ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା I ଶିବିରରେ ସୂଯତ୍ନ ତରଫରୁ ପରିଚାଳନା ପରିଚାଳକ ଜ୍ଞାନ ରଞ୍ଜନ ଭୁଇଁଆ ଏବଂ ପ୍ରଶିକ୍ଷଣ ସଂଯୋଜିକା ଉପସ୍ଥିତ ରହି ତାଲିମ ସମୟରେ ଓ ପରେ ମିଳୁଥିବା ବିଭିନ୍ନ ସୁବିଧା ଉପରେ ଉପସ୍ଥିତ ୭୦ ଜଣ ଯୁବତୀଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ I
ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଲ୍ପ ପରିଚାଳିକା ସୁନିତା ସୁନା ପରିଚାଳନା କରିଥିବା ରାକେଶ କୁମାର ଷଡଙ୍ଗୀ ଆକାଂକ୍ଷି ବ୍ଲକ ଫେଲୋଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ସି ଆର ପି ଉପସ୍ଥିତ ଥିଲେ I