-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସକାଳ ପାଇଲେ ଅର୍ଥାତ ଶୁକ୍ରବାର ଦିନ ସାରା ଦେଶରେ ପାଳନ ହେବ ୭୯ତମ ସ୍ବାଧିନତା ଦିବସ ।ଏହି ପରିପ୍ରେକ୍ଷୀରେ ଜାତୀୟ ପତାକାକୁ ଘରେ ଘରେ ସମ୍ମାନ ଦେବାପାଇଁ ଆଜି ବିନିକା ସହରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସିଦ୍ଧାର୍ଥ ଡିଗ୍ରୀ କଲେଜ ଓ ଜୁନିଅର କଲେଜର ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ପୃଥକ ପୃଥକ ଭାବରେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀଙ୍କ ଦେଶାତ୍ମବୋଧକ ସ୍ଲୋଗାନ ସହ ତ୍ରିରଙ୍ଗା ମୟରେ ସହର ଝଲସି ଉଠିଥିଲା।ଅନୁଷ୍ଠିତ ଏହି ମହତ କାର୍ଯ୍ୟକ୍ରମରେ ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ,ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା,ବିଶ୍ଵନାଥ ମିଶ୍ର,ସାଧୁରାମ ସାହୁ,ଭଗବାନ ସାହୁ,ଅଧ୍ୟାପିକା ପ୍ରମିତା ମିଶ୍ର,ଦୀପ୍ତିରାଣୀ ସ୍ୱାଇଁ, ଦିବ୍ୟାଲୋକା ମହାପାତ୍ର,ରୁବୀ ପୁଝାରୀ,ମୀରା ପଣ୍ଡା,ଭାରତୀ ବାବୁ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରେଖା ପ୍ରଧାନ,ଅଧ୍ୟାପକ ଝଲକ ମିଶ୍ର,ମନୋଜ ମେହେର,ଜିତେନ୍ଦ୍ର ଦଣ୍ଡସନା,ଆଲୋକ ସେଠୀ,ପ୍ରଦୀପ ନାୟକ,ଆଶୀର୍ବାଦ ପ୍ରଧାନ,ଆଶୁତୋଷ ପୁରୋହିତ,ଡ଼ ନୀଳ ମାଧବ ଛତ୍ର,ଆକାଶ ପ୍ରଭାନି,ଅଧ୍ୟାପିକା ତୁଳସୀ ରାୟ,ଖେଳ ଶିକ୍ଷକ ନାରାୟଣ ଚୌଧୁରୀ,ଅବସରପ୍ରାପ୍ତ କର୍ମଚାରୀ ଗରିବ ସାଲମା ପ୍ରମୁଖଙ୍କ ସମେତ ଉଭୟ କଲେଜର ସମସ୍ତ ଷ୍ଟାଫ ସାମିଲ ହୋଇଥିଲେ।