-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ବଲାଙ୍ଗୀର (ପ୍ରେରଣା ଖବର): ମିଲିଂ ବାବଦକୁ ନିଜର ବକେୟା ପାଉଣା ପାଇଁ ଯୋଗାଣ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହୋଇଯାଇଥିଲେ ଜୈନେକ ରାଇସ୍ ମିଲର୍ l ଜିଲ୍ଲା ଯୋଗାଣ ଅଧିକାରୀ ବିଲ୍ ପାସ୍ କରିଦେଇଥିଲେ ମଧ୍ଯ ଅଫିସରେ କାର୍ଯ୍ୟରତ ଏକାଉଣ୍ଟେଣ୍ଡ ଜଣକ ଟଙ୍କା ଆସିନାହିଁ ବୋଲି କହି ଜାଣିଶୁଣି ଟଙ୍କା ମଞ୍ଜୁରୀ କରୁନଥିଲେ l
ଗତକାଲି ଏହି ଖବର ପ୍ରେରଣା ନିଉଜ୍ ଚ୍ୟାନେଲ୍ ରେ ପ୍ରକାଶିତ ହେବା ପରେ ଏକାଉଣ୍ଟେଣ୍ଡ ମହାଶୟ ରାଇସ୍ ମିଲର୍ ଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିଛନ୍ତି l
ଏପରି କିଛି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ l ସୂଚନା ମତେ, ବଲାଙ୍ଗୀର ଜିଲ୍ଲା ବେଲପଡ଼ା ର ରାଇସ୍ ମିଲର୍ ଶଙ୍କର ଜୈନ ଗତ ୨୦୨୩-୨୪ ଖରିଫ୍ ଋତୁରେ ମିଲିଂ ବାବଦକୁ ପ୍ରାୟ ୨୩ଲକ୍ଷ ଟଙ୍କା ପାଇବା ର ବାକିଥିଲା l ବଲାଙ୍ଗୀର ଯୋଗାଣ ଅଧିକାରୀ ବିଲ୍ ମଧ୍ଯ ପାସ୍ କରିଦେଇଥିଲେ l କିନ୍ତୁ ଏଠାରେ କାମ କରୁଥିବା ଏକାଉଣ୍ଟେଣ୍ଡ ଜଣକ ଜାଣିଶୁଣି ବିଲ୍ କୁ ପକାଇ ରଖିଥିଲେ l ଶଙ୍କର ଜୈନ ନିଜର ବକେୟା ଟଙ୍କା ପାଇଁ ଯେତେ ଅନୁରୋଧ କଲେ ମଧ୍ୟ କେହି ଶୁଣୁ ନଥିଲେ l ଶେଷରେ ନିରାଶ ହୋଇ ରାଇସ୍ ମିଲର୍ ଜଣକ ଜିଲ୍ଲାପାଳଙ୍କ ପାଖକୁ ଯିବା ପାଇଁ ବାହାରିଥିଲେ l ଏ ସମ୍ପର୍କିତ ଖବର ଗତକାଲି ଆମର 'ପ୍ରେରଣା' ନିଉଜ୍ ଚ୍ୟାନେଲ୍ ରେ ପ୍ରକାଶିତ ହୋଇଥିଲା l ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟଳୟର ଏକାଉଣ୍ଟେଣ୍ଡ ସଙ୍ଗେସଙ୍ଗେ ଶଙ୍କର ଜୈନଙ୍କ ବକେୟା ୨୩ ଲକ୍ଷ ଟଙ୍କା ହସ୍ତାନ୍ତର କରିଥିଲେ l ତେବେ ବଡ କଥା କେବଳ ଶଙ୍କର ଶର୍ମା ନୁହଁନ୍ତି ଜିଲ୍ଲାର ଏପରି ଅନେକ ରାଇସ୍ ମିଲର୍ ଯୋଗାଣ ବିଭାଗ କାର୍ଯ୍ୟାଳୟର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ମନୋମୁଖୀ କାରବାରର ଶିକାର ହେଉଛନ୍ତି l