-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
24-Jul-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଜାମଛାପର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି l ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି l ଯାହା ଫଳରେ ସାରା ଗ୍ରାମରେ ଶୋକ ର ଲହରୀ ଖେଳିଯାଇଛି।ଗ୍ରାମର ହିମାଂଶୁ ସନ୍ୟାସୀଙ୍କ ପୁଅ ସୁବ୍ରତ ସନ୍ୟାସୀ ବୋଲି ଜଣାପଡିଛି l ଖବର ନେବାରୁ ଜଣାପଡିଛି ଯେ ଶିଶୁ ସୁବ୍ରତ ଘରେ ଖେଳୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା l ଫଳରେ ଶିଶୁର ମୁଁହ ଏବଂ ହାତର କିଛି ଅଂଶ ପୋଡି ଯାଇଥିଲା l ତୁରନ୍ତ ପରିବାର ଲୋକେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଥିଲେ l ତେବେ ପୋଲିସ ଶବ ଜବତ ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଡ ପରେପରିବାର ବର୍ଗକୁ ହସ୍ତାନ୍ତର କରିଥିବା ଜଣାପଡିଛି ।