-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
19-Jul-2025
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଓଡିଶା ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ, ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ଖଡିଆଳ ଅଗ୍ରସେନ ଭବନ ଠାରେ ହରେ କୃଷ୍ଣ ପଣ୍ଡା ଦାବୀ ଉପସ୍ଥାପନ କରିଥିଲେ। ଏହି ସେତୁ ନିର୍ମାଣ ହେଲେ ନୂଆପଡ଼ା ଏବଂ କଳାହାଣ୍ଡି କୁ ଅଳ୍ପ ଦୂରତା ସଂଯୋଗ ସ୍ଥାପନ କରିବ। ଲିଆଡ ରୁ ମାଞ୍ଜେର କଳାହାଣ୍ଡି କୁ ଉଦନ୍ତୀ ନଦୀରେ ଏକ ସେତୁ ନିର୍ମାଣ ପାଇଁ ଦାବୀ କରିଥିଲେ। ଏହି ଦାବୀ ଉପରେ ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ବକ୍ତବ୍ୟରେ ନିଶ୍ଚିତ ରୂପେ ସେତୁ ନିର୍ମାଣ ହେବା ନେଇ ଘୋଷଣା କରିଥିଲେ। ଏହି ସେତୁ ନିର୍ମାଣ ହେଲେ ଖଡିଆଳ ରୁ ଧର୍ମଗଡ କୁ ୨୫ କିଲୋମିଟର ଦୂରତା ହ୍ରାସହେବ। ଗମନା ଗମନ ସୁବ୍ୟବସ୍ଥା ହେଲେ ସାମାଜିକ, ଅର୍ଥନୈତିକ ସମ୍ପର୍କ ବୃଦ୍ଧି ହେବ।