-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
18-Jul-2025
ଲୋଇସିଂହା (ବିନୋଦ ଦୀପ) ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ମୃତ୍ୟୁ ଏବଂ ସାରା ରାଜ୍ୟ ରେ ପ୍ରତ୍ୟେକ ଦିନ ମହିଳା ଙ୍କ ପ୍ରତି ବଢୁଥିବା ନିର୍ଯ୍ୟାତନା ପ୍ରତିବାଦ ରେ ଆଜି ଲୋଇସିଂହା ଛାତ୍ର ବିଜୁ ଜନତା ଦଳ ତରଫରୁ ଲୋଇସିଂହା କଲେଜ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଲୋଇସିଂହା ବ୍ଲକ ଛାତ୍ର ବିଜେଡ଼ି ସଭାପତି ଫିରୋଜ ସାଥୁଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦ ଯୋଗଦେଇ ରାଜ୍ୟ ସରକାର ଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତଫା ଦାବୀ କରିଥଲେ।ପରେ ଲୋଇସିଂହା ମହାବିଦ୍ୟାଳୟ ସାମ୍ନାରେ ଲୋଇସିଂହା ଛାତ୍ର ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଯୁବନେତା ପ୍ରକାଶ ମହାରଣା, ଜିଲ୍ଲା ଛାତ୍ର ବିଜେଡ଼ି ର ଉପସଭାପତି ଟିବଲୁ କଦମ, ପୁଇଁତଲା ବ୍ଲକ ଛାତ୍ର ବିଜେଡ଼ି ସଭାପତି ଶ୍ରୀପତି ପଧାନ,ଲୋଇସିଂହା ବ୍ଲକ ବିଜେଡ଼ି ସଭାପତି ହୃଦୟା ନନ୍ଦ ବେହେରା, ଆଗଲପୁର ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ସାହୁ, କୁନା ଭୋଇ,କୈଳାସ ବେହେରା ଲୋଇସିଂହା ସମିତି ସଭ୍ୟ ସୁଶୀଲ ପାଣ୍ଡେ,ମନୋଜ ପୋଢ଼,ଜୟନ୍ତ ଘିବେଲା,ଅଂଶୁମାନ ଗୁରୁ ଙ୍କ ସମେତ କଲେଜ ର ଛାତ୍ର ମାନେ ସାମିଲ ହୋଇଥିଲେ।