-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
18-Jul-2025
କଣ୍ଟାମାଳ(ଜୟ କୁମାର ମହାରଣା): ସରକାର ନୀରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଅନେକ ପ୍ରୟାସ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ବିଦ୍ୟୁତ୍ ଭଳି ମୌଳିକ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ଗ୍ରାମପଞ୍ଚାୟତ ଇଚ୍ଛାପୁର ଗ୍ରାମର ବିଦ୍ୟୁତ୍ ଟ୍ରାନ୍ସଫର୍ମର ୭ଦିନ ହେବ ପୋଡ଼ି ଯାଇଛି। ଯାହାଫଳରେ ୨୫ପରିବାର ବସବାସ କରୁଥିବା ଏହି ଗ୍ରାମର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ରାତ୍ରି ସମୟରେ ବିଦ୍ୟୁତ୍ ନଥିବରୁ ସରୀସୃପ ସହ ସନ୍ଧ୍ୟା ରେ ଚୋରି ଡକାୟତ ସହ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାରେ ପ୍ରତିବନ୍ଧକ ସାଜିଛି l ତୁରନ୍ତ ଏହି ଗ୍ରାମ କୁ ନୂତନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଯୋଗାଇ ଦେବା ସହ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।