-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଜନଶୁଣାଣି ଶିବିରରେ ଅସନ୍ତୋଷ ଝାଡ଼ିଲେ ଗାଁ ଲୋକେ; ବର୍ଷ ବର୍ଷ ଧରି ଲୋକଙ୍କ ଅଭିଯୋଗକୁ ଚପାଇ ଦିଆଯାଉଛି

13-Jul-2025



ତରଭା/ବଲାଙ୍ଗୀର(ମଳୟ ମିଶ୍ରଙ୍କ  ରିପୋର୍ଟ) ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୁରା ଗ୍ରାମରେ ଗତ ୨୦୨୪ ରୁ ଦିଲ୍ଲୀର ଜଣେ ଅଣଓଡିଆ ଶିଳ୍ପପତି ଅନୀଲ କାନୋଡିଆ  ଆସି ଗତ ସରକାରଙ୍କ ଅମଳରେ ଏକ ଇଥାନଲ କାରଖାନା ବସାଇଛନ୍ତି । ଏହାର ୨ ବର୍ଷ ପୂର୍ବରୁ ଗତ ୨୦.୫.୨୦୨୨ ତାରିଖରେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକ ତଥା ତତ୍କାଳୀନ ଅର୍ଥ  ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ତତ୍କାଳୀନ ଜିଲ୍ଲାର ବୀରମହାରାଜପୁର  ବିଧାୟକ ତଥା ବାଣିଜ୍ଯ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ପୂର୍ବତନ ଜିଲ୍ଲାପାଳ ଅବୋଲି ନରବଣେ  ପ୍ରମୁଖଙ୍କ  ଉପସ୍ଥିତିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ  କରାଯାଇଥିଲା  । ଏହାର ୨ ବର୍ଷ ପରେ ଗତ ୧.୩.୨୦୨୪ ତାରିଖରେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତତ୍କାଳୀନ ପାର୍ଲ୍ୟାମେଣ୍ଟ୍ ଆଫେୟାର୍ସ  ଏବଂ  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଜିଲ୍ଲାପାଳ ଅନ୍ୟା ଦାସ ଏହାକୁ ଉଦ୍ ଘାଟନ କରିଥିଲେ । କହିବାବାହୁଲ୍ୟ ଯେ, ଏହି ଘରୋଇ କାରଖାନାଟିର କାନ୍ଥରେ ଲାଗିଥିବା ୨ ଟି ଫଳକରେ  ଓଡ଼ିଶା ସରକାରଙ୍କ ଅଶୋକସ୍ତମ୍ଭର  ଲୋଗୋ ଲାଗିଥିବାରୁ ସ୍ଥାନୀୟ ଲୋକେ ଏହା ଏକ ସରକାରୀ ଉଦ୍ୟୋଗ ବୋଲି  ଭାବିନେଇ କୌଣସିପ୍ରକାର ପ୍ରତିବାଦ କରି ନଥିଲେ  ।  କିନ୍ତୁ ଆରମ୍ଭରୁ ଏହି ଶସ୍ଯଭିତ୍ତିକ ' ମାସ୍ ବାଇଓ ଫୁଏଲ୍ ପ୍ରା. ଲିଃ.ଟି ପାଇଁ  ବିଭିନ୍ନ ନିୟମର ଉଲଙ୍ଘନ କରାଯାଇ ଆସୁଥିବା ଅଭିଯୋଗ ପ୍ରକାଶ ପାଇ  ଆସୁଛି । ତନ୍ମଧ୍ୟରୁ କାରଖାନାଟି ' ପାଣିମୁରା ଜଙ୍ଗଲ' ବୋଲି ଉଲ୍ଲିଖିତ ସ୍ଥାନରେ ବସାଯାଇ ଥିବାରୁ ସରକାରୀ ସ୍ତରରେ ଚଞ୍ଚକତା କରାଯାଇ ଜମିର କିସମ ବଦଳ କରାଯାଇଥିବା ସନ୍ଦେହ କରାଯାଏ । କାରଣ କାରଖାନାଟି ପାଇଁ କର୍ତ୍ତୃପକ୍ଷ ମଝିରେ ପ୍ରଥମେ ମାତ୍ର ପ୍ରାୟ ସାଢେ ୪ ଏକର ଜମି କିଣି ପରେ ପ୍ରାୟ ୫୦ ଏକର ଜମିକୁ ମାଡିବସିଥିବା ଗ୍ରାମବାସୀଙ୍କ ଅଭିଯୋଗରୁ ପ୍ରକାଶ।  ଏଥିରେ ନଦୀକୁ ରାସ୍ତାପାଇଁ ପାଣିମୁରାର ଦେବେନ୍ଦ୍ର ସାହୁଙ୍କର ୪ ଏକର ଜମିକୁ ଶାଗମାଛ ଦରରେ କିଣିନେଇ ତାଙ୍କର ଆଖପାଖ ଚାଷଜମିକୁ କ୍ଷତିଗ୍ରସ୍ତ କରି ଏଯାବତ୍ ତାହାର କ୍ଷତିପୂରଣ ଦେଉ ନଥିବା ଜମିମାଲିକ ଅଭିଯୋଗ କରିଛନ୍ତି । ଏହିପରି ଅନ୍ଯମାନେ ମଧ୍ଯ ଅଭିଯୋଗ କରୁଛନ୍ତି। ତେବେ କାରଖାନାଟି ମାତ୍ର ପ୍ରାୟ ୧୭ ଏକର ଜମିରେ ଥିବା ତରଭା ତହସିଲଦାର ଶ୍ବେତାଲୀନା ମାହାଣା ପ୍ରକାଶ କରିଛନ୍ତି ଓ  ସେହିସ୍ଥାନର ନାମ 'ପାଣିମୁରା ଜଙ୍ଗଲ' ବୋଲି ସଫେଇ ଦେଉଛନ୍ତି । ତେବେ କାରଖାନାଟି ପାଇଁ ଗ୍ରାମବାସୀମାନେ ଉକ୍ତ ଗ୍ରାମ୍ୟ ଜଙ୍ଗଲର  ଜାଳେଣୀ କାଠକାଠି , ବାଢୁନ୍ ଓ ଅନ୍ଯାନ୍ଯ ବନଜାତ ଦ୍ରବ୍ୟ  ଜୀବନଜୀବିକା ପାଇଁ ହରାଇଥିବା କହନ୍ତି । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଯେ, ଏହି କାରଖାନାର ଦୂଷିତ ବର୍ଜ୍ୟଜଳ , ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ଓ ଧୂଳିଧୂଆଁ ମାତ୍ର ପ୍ରାୟ ୫୦୦ ମିଟରରେ ଥିବା ପାଣିମୁରା ଓ ଆଖପାଖର କେତେଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି ।  ଏହି ପ୍ରଦୂଷଣ ଯୋଗୁଁ ଲୋକେ ଓ ତାଙ୍କର ଗୃହପାଳିତ ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛି । ବନ୍ଧକଟା , ନାଳାରେ ଏହି ପାଣି ପଶୁଥିବାରୁ ଚର୍ମରୋଗ ସୃଷ୍ଟି ହେଉଛି ।  ବାରମ୍ବାର ଅଭିଯୋଗ  ସତ୍ତ୍ବେ ନ ଶୁଣିବାରୁ  କିଛିଦିନ ତଳେ ନିକଟସ୍ଥ ପଣ୍ଡକିମାଲର ଗ୍ରାମବାସୀମାନେ ଆସି କାରଖାନାର ଗାଡିମଟର ଭଙ୍ଗାରୁଜା କରିଥିଲେ । 

ପ୍ରତିଦିନ ରାଜ୍ୟ ତଥା ରାଜ୍ୟବାହାରର ଶହ ଶହ ଟ୍ରକ୍ ଯାଆଆସ କରୁଛି ।  ଏହି ଇଥାନଲ କାରଖାନାର କଞ୍ଚାମାଲ ରୂପେ ମକା , ଖୁଦ , ଗହମ ଆଦି ବ୍ୟବହୃତ ହେଉଥିବାରୁ ଏହାର ପଚାଦୁର୍ଗନ୍ଧ ମାଇଲ୍ ମାଇଲ୍ ପର୍ଯ୍ୟନ୍ତ ବ୍ୟାପିଯାଉଛି । ଆଣ୍ଠୁଏ ବହଳର ଧୂଳିକାଦୁଅରେ ଶତାଧିକ ମହିଳାଙ୍କ ସମେତ ଶ୍ରମିକ କାମକରୁଥିବା ସତ୍ତ୍ବେ ଏଠାରେ ଶ୍ରମିକସୁରକ୍ଷା ବିପନ୍ନ । କିଛିମାସ ତଳେ ଅରଖପଦର ଗ୍ରାମର ଜଣେ ଯୁବଶ୍ରମିକଙ୍କ ମେସିନରେ କଟିଯାଇ ମର୍ମନ୍ତୁଦ ମୃତ୍ୟୁ ହୋଇଯିବାରୁ ଗ୍ରାମବାସୀଙ୍କ ଆକ୍ରମଣ ହୋଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ତରଭା ଥାନାରେ ମାମଲା ଋଜୁ କରାଯାଇ ତଦନ୍ତ ହୋଇଥିଲା ।  ତେବେ ମୃତଶ୍ରମିକଙ୍କ ପରିବାରକୁ କାରଖାନା କର୍ତ୍ତୃପକ୍ଷ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିଲେ ।  ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ  ଯେ , ଏଠାରେ ପଶ୍ଚିମବଙ୍ଗ ଓ ଅନ୍ଯାନ୍ଯ ବାହାର ରାଜ୍ୟର ଶ୍ରମିକ ଓ କର୍ମଚାରୀଙ୍କର ଏଭଳି  ଏକାଧିକ ଦୁର୍ଘଟଣାଜନିତ ମୃତ୍ୟୃକୁ ଚପାଇ ଦିଆଯାଇଛି ।

ଏହାସହିତ କାରଖାନା ତରଫରୁ ଆଖପାଖର ଡିଲରଙ୍କ ଠାରୁ ଚାଷୀଙ୍କୁ ଯୋଗାଯାଉଥିବା ସରକାରୀ ୟୁରିଆ ସାର ଚୋରାରେ କିଣାଯାଇ ବ୍ୟବହାର କରାଯାଉଛି । ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟେ ଓ ଏ ସମ୍ପର୍କିତ ଗଣମାଧ୍ୟମର ପ୍ରକାଶିତ ଅଭିଯୋଗ ପ୍ରତି ସରକାର କର୍ଣ୍ଣପାତ କରିନାହାଁନ୍ତି !

କାରଖାନାଟିର ସ୍ଥାପନ ବେଳେ ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ବୁଲି ବୁଲି ଏହି କାରଖାନାରେ ସ୍ଥାନୀୟ ଗ୍ରାମର ୫୦ ପ୍ରତିଶତ ଲୋକଙ୍କୁ କାମ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ମାତ୍ର ୩/ ୪ ଜଣ ମୂଲିଆ କାମ କରୁଛନ୍ତି । ଅଧିକନ୍ତୁ ପ୍ରତ୍ୟେହ ବଲାଙ୍ଗୀରରୁ ଏକ ବସ୍ ଯୋଗେ ଏଠାକୁ ଶ୍ରମିକ/ କର୍ମଚାରୀଙ୍କୁ ଅଣାନିଆ କରାଯାଉଛି । 

ବଲାଙ୍ଗୀରରେ ରହୁଥିବା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କ ପାଦ ଏହି କାରଖାନାରେ ପଡେନାହିଁ । ଲୋକଙ୍କର ଏଥିନେଇ ଅଭିଯୋଗ ବା ଗଣମାଧ୍ୟମର ପ୍ରକାଶିତ ଅଭିଯୋଗ ପ୍ରତି ସେ ବର୍ଷ  ବର୍ଷ  ଧରି ଆଦୌ ଗୁରୁତ୍ବ ଦେଇନାହାଁନ୍ତି । 

ତେବେ  ସ୍ଥାନୀୟ ଗ୍ରାମବାସୀମାନଙ୍କ ଅଭିଯୋଗ  ଓ ସ୍ବାର୍ଥକୁ ଦୀର୍ଘ ୨ ବର୍ଷକାଳ ଅଣଶୁଣା କରି ଆସୁଥିବା ଏହି କାରଖାନାର ସମ୍ପ୍ରସାରଣ ପାଇଁ  ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ରାଜ୍ଯ ପ୍ରଦୂଷଣ ବୋର୍ଡର  ମିଳିତ ଉଦ୍ୟମରେ ଗତ ୯ ତାରିଖରେ କାରଖାନା ନିକଟରେ ପାଣିମୁରା ଗ୍ରାମଠାରେ ଏକ ଜନଶୁଣାଣି ସଭାର ଆୟୋଜନ କରାଯାଇଥିଲା ।  ଏଥିରେ କାରଖାନା କର୍ତ୍ତୃପକ୍ଷ, ପ୍ରଶାସନ, ପ୍ରଦୂଷଣ ଅଧିକାରୀ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା , ଗ୍ରାମବାସୀଙ୍କ  ସମେତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଡକାଯାଇଥିଲା । 

ଏଥିରେ ବଲାଙ୍ଗୀର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ବବିତା ସିଂ ,  ତରଭା ତହସିଲଦାର ଶ୍ବେତାଲୀନା ମାହାଣା , ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି , ବୀରମହାରାଜପୁର ଉପଜିଲ୍ଲାପାଳ  ସୁରେନ୍ଦ୍ର ମେହେର , ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ , ତରଭା ଥାନାଧିକାରୀ ଅନୀତା କିଡୋ ,ତରଭା  ବିଡିଓ , କାରଖାନାର ମୁଖ୍ଯ ଯୋଗେନ୍ଦ୍ର ତୋମର ଓ ଆଖପାଖ ୫ ଖଣ୍ଡ ଗ୍ରାମର ପ୍ରାୟ ଶତାଧିକ ଗ୍ରାମବାସୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସୁବର୍ଣ୍ଣପୁର ଏସ୍ ପି ନାରାୟଣ ନାଏକ ତରଭା ଥାନାରେ ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ ଉପରେ ଦୃଷ୍ଟି ରଖିଥିଲେ ।

କମ୍ପାନୀର ଏବର ରହିଥିବା ଶସ୍ଯଭିତ୍ତିକ ୪୫୦ କେଏଲଟି ରୁ ୩୬୦ କେଏଲଟି କ୍ଷମତା ବିଶିଷ୍ଟ ସମ୍ପ୍ରସାରଣ  ସହିତ ୯ ମେଗାଓ୍ବାଟ୍ କୋଇଲା ଭିତ୍ତିକ ପ୍ଲାଣ୍ଟ୍  ପାଇଁ ପରିବେଶ ମଞ୍ଜୁରୀ ସକାଶେ ଏହି ଜନଶୁଣାଣି କରାଯାଇଥିଲା । 

କିନ୍ତୁ ଏହି ଜନଶୁଣାଣିରେ ଗ୍ରାମବାସୀଙ୍କ ପ୍ରବଳ ଜନଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ କାରଖାନାଟିକୁ ବନ୍ଦ କରିଦେବାକୁ ନାରା ଦିଆଯାଇଥିଲା ।  ସଭାରେ ପାଣିମୁରାର ଅକ୍ଷୟ କୁଅଁର ,  ଧ୍ରୁବ ଚରଣ ନାଏକ, ବିଜୟ ମଲ୍ଲିକ,  ରାଧାକାନ୍ତ ସାହୁ ,ଦେବେନ୍ଦ୍ର ସାହୁ, ପଣ୍ଡକିମାଲର ଭୁବନେ ସାହୁ, କେନ୍ଦୁମୁଣ୍ଡାର ଜପ ବଗର୍ତି ଓ  ବଡଭଇଁରୋ ପଞ୍ଚାୟତର ଅନ୍ଯମାନେ କାରଖାନା ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ । ଏହି କାରଖାନା ସେମାନଙ୍କର କୌଣସିପ୍ରକାର କାମରେ ଆସୁ ନଥିବା ସହିତ ଜୀବନ ପ୍ରତି ବିପଦ ସୃଷ୍ଟି କରୁ ଥିବାରୁ ସରକାରଙ୍କ ପକ୍ଷରୁ ଏହାକୁ ବନ୍ଦ କରିଦିଆଯିବାକୁ ଦାବି କରିଛନ୍ତି । 

କାରଖାନାର କୌଣସିକଥା ବୁଝିବାକୁ ଏପରିକି ସ୍ଥାନୀୟ ସାମ୍ବାଦିକମାନଙ୍କୁ କାରଖାନା ଭିତରକୁ ଛଡାଯାଉ ନ ଥିବାରୁ ତରଭାର ବରିଷ୍ଠ ସାମ୍ବାଦିକ ମାନଭଞ୍ଜନ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।  ବଲାଙ୍ଗୀର ଓ ସୋନପୁରରୁ ଆସିଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରଶ୍ନରେ ବିଚଳିତ ହୋଇପଡିବା ସହିତ କାରଖାନାର ପ୍ଲାଣ୍ଟ୍ ହେଡ୍ ଯୋଗେନ୍ଦ୍ର ତୋମର ଏହି କାରଖାନାର ଏସବୁ ସମସ୍ୟାର ସମାଧାନ କରାଯିବ ଓ ଦେଶର ସବୁଠୁଁ ଆଧୁନିକ ଟେକ୍ ନିକ୍ ବ୍ୟବହାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହା ଏକ ସଫେଦ୍ ଝୁଠ୍ ବୋଲି ଲୋକେ କହୁଥିବା ଦେଖାଯାଇଥିଲା । ସବୁଠାରୁ ଅଧିକ ଅସନ୍ତୋଷ ବଲାଙ୍ଗୀର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କ ପ୍ରତି ପ୍ରକାଶ ପାଇଥିଲା ।

ବିଡମ୍ବନାର ବିଷୟ ଯେ, ଏହି କାରଖାନାଟିର କର୍ତ୍ତୃପକ୍ଷ ଆରମ୍ଭରୁ ଅଦ୍ୟାବଧି ପ୍ରଦୂଷଣ,  ଶ୍ରମିକସୁରକ୍ଷା, ଗ୍ରାମବାସୀଙ୍କ ସ୍ବାର୍ଥ ଇତ୍ୟାଦି ପ୍ରତି ଆଦୌ ତିଳେମାତ୍ର ଭ୍ରୂକ୍ଷେପ ନକରି ବର୍ଷ  ବର୍ଷ ଧରି ସମସ୍ତ ନିୟମର ସିଧା ଉଲଙ୍ଘନ କରିଆସି ଆହୁରି ସମ୍ପ୍ରସାରଣ କରିବାକୁ ପାଦ ବଢାଇଥିବା ଓ ସ୍ଥାନୀୟ ପ୍ରଶାସନ,  ରାଜ୍ଯ ପ୍ରଦୂଷଣ ବୋର୍ଡ ଓ ସରକାରଙ୍କ ସହ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ଢାଲ କରି ଦମନଲୀଳା ଚଳାଇ ଆସୁଥିବା ଆଶ୍ଚର୍ଯ୍ୟଜନକ  l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like