-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
Bhubaneswar,09/10- କୋଭିଡ୍ ଗାଇଡ୍ଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହୋଇଥିଲେ। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ ପାଇଁ ଦାବି କରିଥିଲେ। ଏହାର ଜବାବ ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗି। ମୁଁ ସବୁବେଳ କୋଭିଡ୍ ନିୟମ ପାଳନ କରି ଆସିଛି ବୋଲି ସେ କହିଛନ୍ତି!!
ସୂଚନାରୁ ପ୍ରକାଶ, ଗତ ୮ ତାରିଖରେ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର। ଏ ସମ୍ପର୍କିତ ଚିଠି ସହ ଏକ ଭିଡିଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ପଠାଇଛନ୍ତି ଶ୍ରୀ ମିଶ୍ର। ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ ପିନ୍ଧିନଥିବା ଏବଂ ସାମାଜିକ ଦୂରତା ମାନିନଥିବା ଉଲ୍ଲେଖ କରିଛନ୍ତି। ଏକଥା ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇବାକୁ ସେ ଆଶା ପ୍ରକାଶ କରିଛନ୍ତି !
ସାଂସଦ ଶ୍ରୀମତି ଷଡଙ୍ଗୀ କହିଛନ୍ତି-“ମନ୍ତ୍ରୀଙ୍କର ଏପରି ଡବଲ୍ ଷ୍ଟାଣ୍ଡାର୍ଡ କାରବାର କାହିଁକି? ଦୁଇଟି ଘଟଣାରେ ଦୁଇ ଜଣ ଲୋକଙ୍କ ପ୍ରତି ଦୁଇ ପ୍ରକାର ନିୟମ କାହିଁକି? କିଛି ଦିନ ତଳେ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଏଭଳି କିଛି ଘଟିଥିଲା। ଜଣେ ମନ୍ତ୍ରୀ ଓ ଜଣେ ବିଧାୟକ ସଂକ୍ରମିତ ଥାଇ ଅନ୍ତ୍ୟେଷ୍ଟିକୁ ଯାଇଥିଲେ। ସେ କ୍ଷେତ୍ରରେ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି? ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛନ୍ତି କି? ପ୍ରଧାନମନ୍ତ୍ରୀ କରୋନା ନିୟମ ମାନିବାକୁ କହିଛନ୍ତି, ନମାନିବାର ପ୍ରଶ୍ନ ଉଠୁନି!!”