-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
06-Nov-2026
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ, ଦପଲା, ଋଣ୍ଡିମହୁଲ, ନାରାୟଣପ୍ରସାଦ ଓ ବରଗାଁ ଆଦି ୫ଟି ପଞ୍ଚାୟତରେ ରେ ଆଜି ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ଯାଇଛି l ସେଥିମଧ୍ୟରୁ ଋଣ୍ଡିମହୁଲ ପଞ୍ଚାୟତ ଖେଳପଡିଆ ଠାରେ ପ୍ରତିଷ୍ଠା ହେବାକୁଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ବୁଧବାର ସକାଳ ୧୧ଟା ୩୦ମିନିଟ ସମୟରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପ୍ରଧାନଶିକ୍ଷକ ଜଗନ୍ନାଥ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡମ୍ବରୁଧର କହଁର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ବିଇଓ ଅଶୋଭ ରଞ୍ଜନ ମାଲି, ଏବିଇଓ ଲକ୍ଷ୍ମୀ ମଳିକ, ସମିତି ସଭ୍ୟ ଲିଙ୍ଗରାଜ ଦନ୍ତା, ନାଏବ ସରପଞ୍ଚ ସୁକାନ୍ତି ଖଟୁଆ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ସାହୁ ଏବଂ ସାମାଜିକ କର୍ମୀ ଶିତିକଣ୍ଠ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମୟୁରଭଞ୍ଜ ଜିଲ୍ଲା ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କ କରକମଳରେ ଅନୁଷ୍ଠିତ ଶୁଭ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାଂସଦ ସମ୍ବିତ ପାତ୍ର ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ l ଶିକ୍ଷକ ଦିଲ୍ଲୀପ ମହାନ୍ତି ସଭାକୁ ସଂଯୋଜନା କରିଥିବା ବେଳେ ସିଆରସିସି ମନୋରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରି
ଥିଲେ | ପରେ ଖେଳ ପଡିଆରେ ଥିବା ଫଳକକୁ ଉନ୍ମୋଚନ କରାଯାଇଥିଲା | ସେହିପରି ବ୍ଲକର ନାରାୟଣପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ ସରପଞ୍ଚ ଶ୍ରୀମତୀ ତାରାକାନ୍ତି ମାଝୀ,ବରଗାଁ ସ୍କୁଲରେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସାହୁ ଓ ସରପଞ୍ଚ ଶ୍ରୀମତୀ ରଶ୍ମିତା ରଣା,ଦପଲା ସ୍କୁଲରେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ, ଖଟଖଟିଆ ରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଓ ବିଇଓ କଣ୍ଟାମାଳ ଅଶୋଭ ରଞ୍ଜନ ମାଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷକ ସଞ୍ଜୀବ କୁମାର ସାହୁ ସଂଯୋଜନା ଓ ସିଆରସିସି ଗନ୍ଧର୍ବ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟ ଅଭିଭାବକ,ସମସ୍ତ ସିଆରସିସି, ଶିକ୍ଷକ, ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ |