-+91-9937148622 |
prerana_bgr@rediffmail.com |
Thursday 5th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
ନର୍ଲା (ଚିନ୍ତାମଣି ନାଏକ)
ଗୁରୁବାର ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା ସମୟରେ ନର୍ଲା ଥାନା ଅଧିକାରୀ ଶ୍ରୀଯୁକ୍ତ କୈବଲ୍ୟ ସେଠ୍ ଙ୍କ ସହ ଏକ ଟିମ୍ ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଗୃହରୁ ବିପୁଳ ସଂଖ୍ୟା ରେ ବାଣ ଜବତ କରିଥିବା ଜଣାପଡ଼ିଛି। ଜବତ୍ କରିଥିବା ବାଣ କୁ ଏକ ପି,କପ୍, ଭେନ ଦ୍ଵାରା ଥାନା କୁ ଅଣାଯାଇ ଅନିଲ ଜୈନ ଙ୍କୁ ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ କରିବା ପରେ ଅଭିଯୁକ୍ତ ଙ୍କ ନାମରେ କେଶ୍ ନମ୍ବର୍ 254/2026 ଏକ ମାମଲା ରୁଜୁ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଜବତ କରିଥିବା ବାଣ ର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ସୂଚନା ମିଳିଛି। ନର୍ଲା ଥାନା ଅଂଚଳରେ ବେନିୟମ ଭାବେ ବାଣ ବ୍ୟବସାୟୀ ମାନେ ବାଣ ବିକ୍ରୟ କରୁଥିବା ବେଳେ ସୂଚନା ପାଇ ନର୍ଲା ପୋଲିସ ପକ୍ଷରୁ ବାରମ୍ୱାର ବାଣ ଗୋଦାମ ଉପରେ ଚଢାଉ କରୁଥିବା ଜଣାପଡିଛି ।