-+91-9937148622 |

prerana_bgr@rediffmail.com |

  Friday 6th November 2026 |

| | | |

R.N.I. Regd No. ODIODI/2010/46693

Breaking News

ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||      ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି    (06-Nov-2026)       ||      ଧର୍ମ ପରାୟଣ ମହିଳାଙ୍କ ପରଲୋକ I   (06-Nov-2026)       ||      ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   (06-Nov-2026)       ||      ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍    (06-Nov-2026)       ||      କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   (06-Nov-2026)       ||      ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   (06-Nov-2026)       ||      ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର    (06-Nov-2026)       ||      ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   (06-Nov-2026)       ||      ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    (06-Nov-2026)       ||      ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   (06-Nov-2026)       ||      *ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   (06-Nov-2026)       ||      ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଉଦ୍‌ଘାଟିତ   (06-Nov-2026)       ||      ସୁବର୍ଣ୍ଣପୁରରେ ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦ ର ଶୁଭାରମ୍ଭ   (06-Nov-2026)       ||      ନର୍ଲାରୋଡ ସ୍ଥିତ ଅନିଲ କୁମାର ଜୈନ ଙ୍କ ଗୋଦାମ ଘରୁ ନର୍ଲା ପୋଲିସ ଦ୍ୱାରା ବାଣ ଜବତ ।   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଅଙ୍ଗନଦୀ ପୋଲ ନିକଟରୁ କଫ ସିରପ ଜବତ୍   (05-Nov-2026)       ||      ଟିଟିଲାଗଡ଼ରେ ଆୟୋଜିତ ହେବ ପ୍ରଥମ ‘ହ୍ୟୁମାନ ସାଗର ସ୍ମୃତି ସମ୍ମାନ’- କଳାକାର ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (05-Nov-2026)       ||      ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟଜନକ    (05-Nov-2026)       ||      ଉଦ୍‌ଘାଟନ ହେଲା ୟନେକ୍ସ ସନ୍‌ରାଇଜ ଅଲ ଓଡିଶା ଓସ୍‌ବା ୩୮ତମ ସବ୍ ଜୁନିୟର ୧୫ ଓ ୧୭ ବର୍ଷରୁ କମ୍ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌   (05-Nov-2026)       ||     

HOME   ଜିଲ୍ଲା

ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ

06-Nov-2026



ବରଗଡ଼(ପ୍ରେରଣା ଖବର): ବରଗଡ଼ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଧାନ ଉଠାଣ ଓ ମିଲର୍ସଙ୍କ ଦ୍ୱାରା କଷ୍ଟମ ମିଲ୍ଡ ରାଇସ୍ (ସିଏମଆର) ଜମାରେ ହେଉଥିବା ବିଳମ୍ବକୁ ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ସେ ଗତ ଅକ୍ଟୋବର ୨୪ ତାରିଖ ରେ ଏକ ପତ୍ର ଲେଖି ଧାନ ଉଠାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଚାଉଳ ଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି।

ସାଂସଦଙ୍କ ପତ୍ର ଅନୁଯାୟୀ, ଖରିଫ ବିପଣନ ଋତୁ ୨୦୨୫-୨୬ରେ ବରଗଡ଼ ଜିଲ୍ଲାର ଧାନ କ୍ରୟ ଲକ୍ଷ୍ୟ ୫୨ ଲକ୍ଷ ୩୩ ହଜାର ୪୪୨ କ୍ୱିଣ୍ଟାଲ ଥିବାବେଳେ ଅକ୍ଟୋବର ୨୨ ସୁଦ୍ଧା ମାତ୍ର ୨୪ ଲକ୍ଷ ୪୭ ହଜାର ୮୫୮ କ୍ୱିଣ୍ଟାଲ ଚାଉଳ ଜମା ହୋଇଥିଲା। ଧାନ ଉଠାଣ ପାଇଁ ଆହୁରି ୨୬ ଲକ୍ଷ ୩୦ ହଜାର ୪୧୫ କ୍ୱିଣ୍ଟାଲ ଚାଉଳ ବାକି ରହିଥିବା ବେଳେ ସିଏମଆର ଜମାର ହାର ମାତ୍ର ୫୦.୪୨ ପ୍ରତିଶତ ରହିଥିଲା।

ସେହିପରି ରାଜ୍ୟସ୍ତରରେ ୧ କୋଟି ୩୫ ଲକ୍ଷ ୧୫ ହଜାର ୭୪୦.୯୦ କ୍ୱିଣ୍ଟାଲ ଧାନ କ୍ରୟ ହୋଇଥିବାବେଳେ ୯୧ ଲକ୍ଷ ୮୪ ହଜାର ୯୦୫.୨୫ କ୍ୱିଣ୍ଟାଲ ଚାଉଳ ଜମା ହେବାର ଥିଲା। ଏଥିମଧ୍ୟରୁ ୬୫ ଲକ୍ଷ ୫୧ ହଜାର ୨୩୩.୧୫ କ୍ୱିଣ୍ଟାଲ ସିଏମଆର ଜମା ହେବା ବାକି ରହିଥିବା ପତ୍ରରେ ଉଲ୍ଲେଖ କରାଯାଇଛି।

ଗୋଦାମରେ ଚାଉଳ ଅଧିକ ମହଜୁଦ ରହିବା ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଓ ରାଇସ୍ ମିଲର୍ସଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ସମସ୍ୟା ଉପୁଜିଥିବା ସାଂସଦ ଦର୍ଶାଇଛନ୍ତି। ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରିବାରେ ଅସୁବିଧା ଭୋଗୁଥିବା ସହ ମାନସିକ ଓ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି।

ଆଗାମୀ ନଭେମ୍ବର ୧୭ରୁ ନୂତନ ଖରିଫ ଧାନ କ୍ରୟ ଋତୁ ଆରମ୍ଭ ହେବାକୁ ଥିବାରୁ ତା' ପୂର୍ବରୁ ବକେୟା ଚାଉଳ ଉଠାଣ ସମ୍ପୂର୍ଣ୍ଣ କରିବା, ଏକ ସପ୍ତାହ ମଧ୍ୟରେ ଏଫସିଆଇ ଦ୍ୱାରା ଚାଉଳ ଉଠାଣ ପ୍ରକ୍ରିୟା ଶେଷ କରିବା ଏବଂ ମିଲର୍ସଙ୍କ ପାଇଁ ପର୍ଯ୍ୟାପ୍ତ ଗୋଦାମ ବ୍ୟବସ୍ଥା କରିବାକୁ ସାଂସଦ ଦାବି କରିଛନ୍ତି। ଏହାଦ୍ୱାରା ଚାଷୀଙ୍କୁ ନୂତନ ଧାନ ବିକ୍ରିରେ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   06-Nov-2026
  ଅପରାଧ  
୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି   06-Nov-2026
  ଜିଲ୍ଲା  
ଧର୍ମ ପରାୟଣ ମହିଳାଙ୍କ ପରଲୋକ I   06-Nov-2026
  ଜିଲ୍ଲା  
ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   06-Nov-2026
  ଅପରାଧ  
ବଲାଙ୍ଗୀର ପୋଲିସର ଏକ ବଡ ସଫଳତା ♦️ଗଂଜେଇ ଚୋରା ଚାଲାଣ ମାମଲାରେ ୨ ଗିରଫ୍   06-Nov-2026
  ଜିଲ୍ଲା  
କଣ୍ଟାମାଳ ବ୍ଲକର ୫ଟି ପଞ୍ଚାୟତରେ ଗୋଦାବରିସ ସ୍କୁଲ ର ଭିତ୍ତିପ୍ରସ୍ତର ସ୍ଥାପନ   06-Nov-2026
  ଜିଲ୍ଲା  
ମହିଳା ଅଧିକାର ଓ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସିଏଚଆରଡିଏସ ମାନଙ୍କୁ ନେଇ ଦୁଇଦିନିଆ ତାଲିମ ଶିବିର   06-Nov-2026
  ଜିଲ୍ଲା  
ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ ଆନ୍ଦୋଳନ- ଅମରେନ୍ଦ୍ର   06-Nov-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ "ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ"   06-Nov-2026
  ଜିଲ୍ଲା  
ବଲିଟିକିରା ରେ ୧୪ ତମ ରନିଂ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଖରମୁଣ୍ଡା ଚାମ୍ପିଅନ    06-Nov-2026
  ଜିଲ୍ଲା  
ବରପାଲି ଯାଦବ ସମାଜ ପକ୍ଷରୁ ମୃତ ଅସହାୟ ମହିଳାଙ୍କ ଶବ ସତ୍କାର   06-Nov-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର 3ଟି ପଂଚାୟତ ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ*   06-Nov-2026

You Might Also Like