-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
06-Nov-2026
ବରପାଲି(ସୁଦାମ ଦୀପ): ବରଗଡ଼ ଜିଲ୍ଲା ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗତ ୦୪/୧୧/୨୦୨୬ ସନ୍ଧ୍ୟା ସମୟରେ ଏକ ଅପରିଚିତ ଅସହାୟ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଥିଲା।
ମହିଳା ଜଣକ ଭିକ୍ଷାବୃତ୍ତି କରି ଡାକ୍ତରଖାନା ବାରଣ୍ଡା କିମ୍ବା ବିଭିନ୍ନ ଦୋକାନ ବାରଣ୍ଡାରେ ରହି ନିଜ ଜୀବନ ଯାପନ କରୁଥିଲେ। ଗତ ବୁଧବାର ସନ୍ଧ୍ୟାରେ ବରପାଲି ଡାକ୍ତରଖାନାରେ ତାଙ୍କର ଜୀବନ ଚାଲିଯାଇଥିଲା। ମୃତ୍ୟୁ ପରେ ଅଚିହ୍ନା ମହିଳାଙ୍କ ଶବ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହିଠାରେ ପଡ଼ି ରହିଥିଲା।
ଏହି ଖବର ପାଇ ବରପାଲି ଯାଦବ ସମାଜର କର୍ମକର୍ତ୍ତାମାନେ ତୁରନ୍ତ ହସ୍ପିଟାଲରେ ପହଞ୍ଚି ଅସହାୟ ଅଚିହ୍ନା ବୃଦ୍ଧା ମହିଳାଙ୍କ ଶବକୁ ନେଇ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିଥିଲେ।
ଉକ୍ତ ଶବ ସତ୍କାରରେ ବରପାଲି ଏନଏସି ଯାଦବ ସମାଜର ସଭାପତି ଖାଡିଆ ବଗର୍ତ୍ତୀ ମୁଖାଗ୍ନି ଦେଇଥିବା ବେଳେ ଦେବ ଭୋଇ, କିଶୋର ଗଡତିଆ, ଗୋପାଳ ଥପା, କୁନୁ ଜାଲ, ଚୂଡ଼ାମଣି ସାହୁ, କିରଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।
ଯାଦବ ସମାଜର ଏଭଳି ମାନବିକତାପୂର୍ଣ୍ଣ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।