-+91-9937148622 |
prerana_bgr@rediffmail.com |
Thursday 5th November 2026 |
R.N.I. Regd No. ODIODI/2010/46693
Breaking News
05-Nov-2026
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ଅଙ୍ଗ ନଦୀ ପୋଲ ନିକଟରୁ ଜଣକୁ ଗିରଫ କରି ତା ଠାରୁ କପସିରଫ ଜବତ୍ କରା ଯାଇଛି l ଏହାସହ ଏକ ଲିଟର ପାଞ୍ଚ ଶହ ମିଳି କଫ ଶିରପ୍ ଜବତ୍ କରା ଯାଇଥିବା ଲୋଇସିଂହା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରାଜ କୁମାର ବେହେରା ସୂଚନା ଦେଇଛନ୍ତି l ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଲୋଇସିଂହା ଅବକାରୀ ଅଧିକାରୀ ଶ୍ରୀ ବେହେରା ଆଗଲପୁର ଅଙ୍ଗନଦୀ ପୋଲ ନିକଟରୁ ଜଣକୁ ଗିରଫ କରିଛି l ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଶ୍ରୀ କର୍ମା ସେଠ୍ ଓ ଗ୍ରାମ ଗୁଡିମୁଣ୍ଡା ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି l ଏହାସହ ଗିରଫ ବ୍ୟକ୍ତିଙ୍କ ଠାରୁ ଏକ ମୋଟର ସାଇକେଲ ମଧ୍ୟ ଜବତ କରା ଯାଇଛି। ଉକ୍ତ ବ୍ୟକ୍ତି ଙ୍କୁ ଗିରଫ ପରେ ବଲାଙ୍ଗୀର ସେସନ୍ କୌର୍ଟ କୁ ଚାଲାଣ କରାଯାଇଛି l କେଶ ନ. ପି ଆର୍ -156/2026-27 ରୁଜୁ କରାଯାଇଥିବା ଅବକାରୀ ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି l