-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ସହର ଆଖପାଖ ଗ୍ରାମ ନିକଟ ଜମି ମାନଙ୍କରେ ଚାଲିଛି କାଠରେ ଇଟା ପୋଡ଼ା,ଜଙ୍ଗଲ ରହିବ ତ?

02-Jun-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗିର ସହର ଉତ୍ତପ୍ତ ସହର ଭାବେ ପରିଗଣିତ। ଜଙ୍ଗଲ ବିଭାଗର ଅବହେଳା ଯୋଗୁଁ ଜିଲ୍ଲାରେ ଥିବା ଘଞ୍ଚ ଜଙ୍ଗଲ ଗୁଡ଼ିକ କଟି ପଦା ହେବାକୁ ବସିଲାଣି।ବର୍ତ୍ତମାନ ଗ୍ୟାସର ଯୁଗ। ଏଣୁ ପ୍ରାୟ ଲୋକେ ରାନ୍ଧିବା ପାଇଁ କାଠ ପରିବର୍ତ୍ତେ ଗ୍ୟାସ ବ୍ୟବହାର କରୁଛନ୍ତି।ଗଛ କଟିବାର ଅନେକ କାରଣ ଅଛି।ସରକାର ରାସ୍ତା ପ୍ରଶସ୍ତିକରଣ ନାମରେ ଶହ ଶହ ଦରକାରୀ ପୁରୁଣା ବୃକ୍ଷ ବେଧଡକ କାଟି ପକାଇଥିବା ଜିଲ୍ଲା ପ୍ରତି ଅଭିଶାପ। ସହର ଠୁଁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ଲୋକ ଗୃହ ନିର୍ମାଣ ପାଇଁ କାଠରେ ତିଆରି ଚଉକାଠ, କବାଟ, ଝରକା ବ୍ୟବହାର କରୁଥିବା ଦେଖିବାକୁ ମିଳେ। ଅନେକ କାଠ ସାମଗ୍ରୀ ତିଆରି କାରଖାନା ବଲାଙ୍ଗିର ତଥା ଜିଲ୍ଲାର ଅନେକ ସ୍ଥାନରେ ଚାଲିଥିବା ବେଳେ ଜଙ୍ଗଲ ବିଭାଗର ହାତ ଖାଲି। କିଛିଟା ସ୍ବାର୍ଥ ପାଇଁ ଜଙ୍ଗଲ ରୂପକ ନିଜ ମାଁ କୁ ଜଙ୍ଗଲ ଦଲାଲ୍ ହାତରେ ଟେକି ଦେଉଥିବା କେତେଦୂର ଯଥାର୍ଥ ବୋଲି ଚର୍ଚ୍ଚା ହୁଏ। ଏହା ବାଦ୍ ଇଟାଭାଟିରେ ମଧ୍ୟ ଅଧିକାଂଶ ଗଛ କଟାଯାଇ ଇଟା ପୋଡ଼ା ଯାଉଥିବା ବେଳେ ଜଙ୍ଗଲ ବିଭାଗ ଲୋକଦେଖାଣିଆ କିଛି ଇଟାଭାଟିର ନାମକୁମାତ୍ର ଫାଇନ୍ କାଟି କେସ୍ ନ କରି ନୀରବ ରହୁଥିବା ଜଙ୍ଗଲ ପାଇଁ ବିପଦ।ଏ ବିଷୟରେ ଅନେକ ଥର ଜଙ୍ଗଲ ବିଭାଗ ଉଚ୍ଚକର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ମଧ୍ୟ ଯେଉଁ ତିମିରେ କୁ ସେହି ତିମିରେ।ଜଙ୍ଗଲ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗକୁ ଦରମା ବାବଦକୁ ସରକାର କୋଟି କୋଟି ଟଙ୍କା ଦେଉଥିବା ବେଳେ, ଗଣମାଧ୍ୟମ ନିଜ ଜୀବନକୁ ପାଣି ଛଡେଇ ନିଃଶୁଳ୍କ ଜଙ୍ଗଲ ସୁରକ୍ଷା ପାଇଁ ଆପ୍ରାଣ ଚେଷ୍ଟା କରୁଛି।ଶେଷରେ ଆତତାୟୀର ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳୁଛି।ଗଛ କାଟି ଇଟାଭାଟିରେ ପୋଡୁଥିବା ବିଷୟ ଜଙ୍ଗଲ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଗୋଚର କଲେ ପ୍ରତ୍ତ୍ୟୁତ୍ତର ରେ କର୍ପୋରେସନ କାଠ ନହେଲେ ପଡ଼ିଥିବା କାଠ ଧରିବା ନିଷେଧ କହି ନିଜ ଦାୟିତ୍ଵରୁ ଓହରି ଯାଉଥିବା ଦେଖିବାକୁ ମିଳୁଛି।ଯଦି କର୍ପୋରେସନ କାଠ ତେବେ ସେହି କାଠ ତିନି ଫୁଟ ବିଶିଷ୍ଟ।କିନ୍ତୁ ଭାଟିରେ ପାଞ୍ଚ, ଛ ଫୁଟ ର କାଠ ଇଟାଭାଟିରେ ବ୍ୟବହାର ହୋଇଥିବା ଫଟୋ ଦେଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।କାଠରେ ଇଟାଭାଟି ପୋଡ଼ା ଚାଲିଥିବା ସମୟରେ ଜଙ୍ଗଲ ବିଭାଗ ଏହା ସିଜ୍ କରିପାରିବେ କି ବୋଲି ପ୍ରଶ୍ନ ହୁଏ।ଜଙ୍ଗଲ ବିଭାଗର ଜଙ୍ଗଲିରାଜ୍ ଯୋଗୁଁ ଜଙ୍ଗଲର ଅନେକ ବୃକ୍ଷ କଟି ଇଟାଭାଟିରେ ସ୍ୱାହା ହୁଏ।ଜଙ୍ଗଲ ରୁ ୩/୪ଫୁଟ ବ୍ୟାସ ବିଶିଷ୍ଟ କେତେ ଏବଂ କେଉଁ ସ୍ପେଶିସ ର ବୃକ୍ଷ କଟୁଛି ଏବଂ ଏ ବାବଦକୁ କେତେଗୋଟି କେସ ରୁଜୁ ହୋଇଛି ଜଙ୍ଗଲ ବିଭାଗ ହିସାବ ଦେବେ କି ବୋଲି ଜନ ସାଧାରଣରେ ପ୍ରଶ୍ନ ହୁଏ।ଏକଦା ବଲାଙ୍ଗିର ଜିଲ୍ଲା ଘଞ୍ଚ ଜଙ୍ଗଲ ର ପରିବେଷ୍ଟନିରେ ଥିବା ବେଳେ ଏହାକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ର ସ୍ବର୍ଗ ବୋଲି କହୁଥିଲେ।ଏବେ ଜଙ୍ଗଲ କଟି ଶ୍ରୀହୀନ।ରାସ୍ତା ପାର୍ଶ୍ବରେ କିଛିଟା ବୃକ୍ଷ ଦେଖାଯାଉଥିବା ବେଳେ ଜଙ୍ଗଲ ଭିତରେ ଜଙ୍ଗଲ ପଦା ହୋଇଥିବା ଦେଖିବାକୁ ମିଳୁଛି।ଗତ ତା.୨୦.୫.୨୫ ରିଖ ଦିନ

ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ବୈଦିପାଲି ରୁ କାଲିଝରନ ରାସ୍ତାରେ ତଥା ଏହି ଗ୍ରାମ ନିକଟରେ ଜଙ୍ଗଲ ଜମି ତଥା ଚାଷ ଜମିରେ ଅନେକ ଇଟାଭାଟି ଗଛରେ ପୋଡିବା ପାଇଁ ଭାଟି ପାଖରେ ରଖାଯାଇଥିବା କାଠର ଫଟୋ ସହ ତଥ୍ୟ ଜଙ୍ଗଲ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କୁ ପଠାଯାଇ ଅବଗତ କରାଯାଇ ଥିଲା।ଚର୍ଚ୍ଚା ହୁଏ କିଛି ଜଙ୍ଗଲ କର୍ମଚାରୀଙ୍କ ପାଇଁ ଏହା ସୋନେ ପେ ସୁହାଗା ହୋଇଥିଲା।ତେବେ ଏଠି ଗୁହାରି କରିବୁ କାହାକୁ।ସେ ଯାହାହେଉ ବଲାଙ୍ଗିର ଜଙ୍ଗଲ ବିଭାଗରେ ଜଣେ ବିଜ୍ଞ ଡିଏଫ୍ଓ ଯୋଗଦାନ କରିଛନ୍ତି।ନିଶ୍ଚିତ ଭାବରେ ଜଙ୍ଗଲ ସୁରକ୍ଷା ଉପରେ ଦୃଷ୍ଟି ଦେବେ ବୋଲି ଆଶା କରାଯାଏ।ଯଦି ପ୍ରତିବର୍ଷ ଏଭଳି ଇଟାଭାଟି କାଠରେ ପୋଡ଼ା ଯାଏ ତେବେ ଜଙ୍ଗଲ ରହିବ ତ ? ଏବେ ଠୁଁ ଜଙ୍ଗଲ ବିଭାଗ ଯଦି ସଜାଗ ନ ରହେ ତେବେ ଆଗାମୀ ଦିନରେ ବଲାଙ୍ଗିରର ପ୍ରାକୃତିକ ସୋନ୍ଦର୍ୟ୍ଯ ର ସ୍ବର୍ଗ ଜଙ୍ଗଲ ଶୂନ୍ୟ ହେବ।ଉଚ୍ଚ କତୃପକ୍ଷ ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କଲେ ଉଜୁଡ଼ି ଯାଉଥିବା ଜଙ୍ଗଲକୁ ପୁନର୍ଜୀବିତ କରାଯାଇ ପାରିବ ବୋଲି ଚର୍ଚ୍ଚା ହୁଏ।ଆଗାମୀ ଦିନରେ ବଲାଙ୍ଗିର ରେଞ୍ଜ ଅନ୍ତର୍ଗତ ହର୍ଡାଟାଲ ଅଞ୍ଚଳରେ ଜଙ୍ଗଲ ବିଭାଗର କାରନାମା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯିବ।ତେବେ ଉପରୋକ୍ତ ବିଷୟକୁ ନେଇ ଜଙ୍ଗଲ ବିଭାଗ କେତେ ତତ୍ପର ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026

You Might Also Like