-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
02-Jun-2025
ବଲାଙ୍ଗୀର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଞ୍ଜ ଅଧିନସ୍ଥ ଦେଓଗାଁ ସ୍ଥାୟୀ ନର୍ସରୀ ଠାରେ ଆଞ୍ଚଳିକ ଅଣଗେଜେଟ ବନସେବା ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗୀର ଜିଲ୍ଲା ବନଖଣ୍ଡ ସଭାପତି ବାବୁଲା ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ଅଣଗେଜେଟ ବନସେବା ଉପ ସଭାପତି ଭବାନୀଶଙ୍କର ପରିଛା ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଗଠନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ଏହି ଅବସରରେ ମେ 24 char ତାରିଖ ରେ ଢେଙ୍କାନାଳ ଡିଭିଜନ ହିନ୍ଦୋଳ ରେଞ୍ଜର ପ୍ରହଲ୍ଲାଦ ପ୍ରଧାନ ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ରେ ସଂଗଠନ ତୀବ୍ର ନିନ୍ଦା କରିବା ସହ ତାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ପରେ ବୈଠକ ରେ ବଣ ବିଭାଗର ବିଭିନ୍ନ ସମସ୍ୟା ର ସମାଧାନ କୁ ନେଇ ଫରେଷ୍ଟ କମିଶନ ଗଠନ, କେଡର ପରିମାର୍ଜନ, ତାଲିମ ଓ ନିଯୁକ୍ତି ପ୍ରକ୍ରିୟା ସହ କର୍ମଚାରୀ ଙ୍କ ଦକ୍ଷତା ବୃଦ୍ଧି, ଜଙ୍ଗଲ ର ଦକ୍ଷତା ଅନୁସାରେ ବିଟ ର ପୁନର୍ଗଠନ, ବନ୍ୟପ୍ରାଣୀ ଙ୍କ ପାଇଁ ସ୍ପେଶାଲ ଷ୍ଟ୍ରାଇକିଙ୍ଗ ଫୋର୍ସ ଏବଂ ରାପିଟ ରେସ୍ପଣ୍ଡ ଟିମ ଗଠନ ନିଯୁକ୍ତି ସମ୍ୱନ୍ଧେ ଆଲୋଚନା କରାଯିବା ସହ ବନକ୍ଷେତ୍ର ଅଧିକାରୀ ମାନଙ୍କୁ ପୋଲିସ ବିଭାଗ ଭଳି ଯେ କୌଣସି ଜାତୀୟ ବ୍ୟାଙ୍କ ଜରିଆରେ ସେଲେରୀ ଏକାଉଣ୍ଟ ଇନ୍ସୁରାନ୍ସ ପ୍ୟାକେଜ ପ୍ରଦାନ କରିବା ପାଇଁ ସରକାର ନିକଟରେ ଦାବୀ ଉପସ୍ଥାପନ ପାଇଁ ଆଲୋଚନା କରାଗଲା l ଉପରୋକ୍ତ ଦାବୀ ସମ୍ୱନ୍ଧେ ସରକାର ଆଗାମୀ 8 ତାରିଖ ସୁଦ୍ଧା ପୂରଣ ନ କଲେ ସାମୁହିକ ଆନ୍ଦୋଳନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଆଗତ କରାଯିବା ସହ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏବଂ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହୋଇଥିଲା l ଉକ୍ତ ବୈଠକ ରେ ବଲାଙ୍ଗୀର ଟେରିଟୋରିଆଲ ଡିଭିଜନ, କେନ୍ଦୁଲିଫ, ୱାଇଡ଼ ଲାଇଲ ତଥା ସୁବର୍ଣ୍ଣପୁର ଜିଲ୍ଲା ର ଟେରିଟୋରିଆଲ ଏବଂ କେନ୍ଦୁଲିଫ ର ଶତାଧିକ କର୍ମଚାରୀ ବୈଠକ ରେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଉପ ସଭାପତି କୀର୍ତ୍ତିଚନ୍ଦ୍ର ସୁଆର, କୋଷାଧ୍ୟକ୍ଷ ବ୍ୟାସଦେବ ସାହୁ, ଅଶୋକ ନାୟକ, ଶ୍ୟାମସୁନ୍ଦର ସାହୁ, ସୁରେନ୍ଦ୍ର ମହାରଣା, ପ୍ରଦୀପ ସାହୁ, ନାପ ହରପାଳ, ପ୍ରଦୀପ ମାଝୀ, ଆଦିତ୍ୟ ନନ୍ଦ, ପରମାନନ୍ଦ ମାଝୀ ଉପସ୍ଥିତ ଥିବାବେଳେ ସର୍ବସମ୍ମତି କ୍ରମେ ଷ୍ଟ୍ରାଇକ କମିଟିର ସଭ୍ୟ ଭାବେ ଆନନ୍ଦ ବିହାରୀ ସ୍ୱାଇଁ ଙ୍କୁ ମନୋନୀତ କରାଗଲା l ଶେଷରେ ସମ୍ପାଦକ ମଧୁସୂଦନ ଗଡୁଆ ଧନ୍ୟବାଦ ଅର୍ପଣ କରିଥିଲେ l