-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||     

HOME   ଅପରାଧ

ସାମ୍ବାଦିକଙ୍କୁ କଙ୍ଗାରୁକୋର୍ଟରେ ନିର୍ଯ୍ୟାତନା ମାମଲାର ଅଭିଯୁକ୍ତଙ୍କୁ ଜାମିନ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ପାଲଟା ଏତଲା,ମାମଲା ରୁଜୁ

31-May-2025



ବଲାଙ୍ଗୀର(ପ୍ରେରଣା ଖବର): ରାଜ୍ୟର ବହୁଚର୍ଚ୍ଚିତ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ମାଡମାରି ହତ୍ୟାଉଦ୍ୟମ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ବଲାଙ୍ଗୀର ଏସଡିଜେଏମ କୋର୍ଟରୁ ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇଙ୍କ ସମେତ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ଜଣା ପଡିଛି । ତେବେ ଠିକାଦାରଙ୍କ ଗୁଣ୍ଡାମାନେ ସାମ୍ବାଦିକ ବିଜୟ ପଧାନଙ୍କୁ ହାତବାନ୍ଧି ପ୍ରବଳ ମାଡମାରି ଲହୁଲୁହାଣ କରିଦେଲେ । ମାଡରେ ବିଜୟଙ୍କ ଡାହାଣକାନର ପରଦାଫାଟି ଯାଇ ରକ୍ତସ୍ରାବ ହୋଇଥିଲା । ଏବେ ମଧ୍ୟ ସାମ୍ବାଦିକ ବିଜୟ ପଧାନ ଚିକିତ୍ସିତ ହେଉଛନ୍ତି। ପୁଇଁତଳା ପୋଲିସକୁ ଉକ୍ତ କାନପରଦା ଫାଟିବା ଓ ରକ୍ତସ୍ରାବ ହେବାର ଡାକ୍ତରୀ ରିପୋର୍ଟ ପ୍ରଦାନ କରାଯାଇଥିଲେ ହେଁ ପୋଲିସ ହତ୍ୟାଉଦ୍ୟମ ଦଫା ନଲଗାଇ ଅଭିଯୁକ୍ତଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିଥିବାରୁ କୋର୍ଟରେ ଅଭିଯୁକ୍ତଙ୍କର ଶୀଘ୍ର ଜାମିନ ହୋଇଥିବା ଅଭିଯୋଗ ଉଠୁଛି। ସେପଟେ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ଠିକାଦାର ଗଜେନ୍ଦ୍ର ଦଳେଇଙ୍କ ପତ୍ନୀ ପାଲଟା ଅଭିଯୋଗ କରି ପୁଇଁତଳା ଥାନାରେ ମେ ୨୭ ତାରିଖରେ ଏତଲା ଦେଇଛନ୍ତି । ତାଙ୍କ ଏତଲା ଆଧାରରେ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ସାମ୍ବାଦିକ ବିଜୟଙ୍କ ଅଭିଯୋଗ ଆଧାରରେ ଠିକାଦାର ଗଜେନ୍ଦ୍ର ଦଳେଇ ଓ ଅନ୍ୟ ୪ଜଣଙ୍କ ନାମରେ ପୁଇଁତଳା ଥାନାରେ ମାମଲା ନମ୍ବର-୧୬୫/୨୦୨୫ ରୁଜୁ ହୋଇଥିବା ବେଳେ ଗଜେନ୍ଦ୍ର ଦଳେଇଙ୍କ ପତ୍ନୀ ମୁନୀ ଦଳେଇଙ୍କ ଏତଲା ଆଧାରରେ ସାମ୍ବାଦିକ ବିଜୟ ପଧାନଙ୍କ ନାମରେ ମାମଲା ନମ୍ବର- ୧୭୩/୨୦୨୫ ଦଫା-୨୯୬, ୩୦୮(୨),୩୫୧(୩) ବିଏନଏସ ରୁଜୁ ହୋଇଛି । ମୁନୀ ଦଳେଇ ଅଭିଯୋଗ କରିଛନ୍ତି ଯେ,ଗତ ମେ ୨୨ ତାରିଖରେ ସାମ୍ବାଦିକ ବିଜୟ ପଧାନ ତାଙ୍କ କୁଲଥିପାଲି ଘରକୁ ଆସି ଅଶ୍ଲିଳଭାଷାରେ ଗାଳିଗୁଲଜ କରି ତାଙ୍କ ସ୍ୱାମୀଙ୍କୁ ଧମକଦେଇ ଚାନ୍ଦା ମାଗିଥିଲେ । ଚାନ୍ଦା ନଦେଲେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବେ ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ପୂର୍ବରୁ ଫୋନପେ ରେ ୧୦ହଜାର ଟଙ୍କାର ଚାନ୍ଦା ନେଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହି ଅଭିଯୋଗକୁ ସାମ୍ବାଦିକ ବିଜୟ ପଧାନ ଅସ୍ୱୀକାର କରିବା ସହିତ ସେ ୨୨ ତାରିଖରେ କେଉଁଠାରେ ଥିଲେ ତାହାର ଲୋକେସନ ବାହାର କଲେ ସତ୍ୟତା ଜଣାପଡିବ ବୋଲି କହିଛନ୍ତି । କୁଲଥିପାଲି ଗାଁରେ ଗତ ୧୦ବର୍ଷରେ କେତେ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି ଓ ସେହି କାମଗୁଡିକର ତଦନ୍ତ କରିବାକୁ ନେଇ ନ୍ୟୁଜ ପରିବେଷଣ ପରେ ଠିକାଦାର ଆକ୍ରୋଶମୂଳକ ଭାବରେ ତାଙ୍କୁ କଙ୍ଗାରୁକୋର୍ଟ କରି ଆକ୍ରମଣ କରାଇଛି ବୋଲି କହିଛନ୍ତି । ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯିବାକୁ ସାମ୍ବାଦିକ ବିଜୟ ପଧାନ ସମେତ ସାମ୍ବାଦିକ ମହଲରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026

You Might Also Like