-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
(ରଂଜିତ ମହାନ୍ତି )
ରୁଦ୍ରପୁର–ଗୋଲକୁଣ୍ଡ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା | ଗଛରେ ପିଟି ହୋଇ ଯୁବକଙ୍କ ମୃତ୍ୟୁ
ଯାଜପୁର ଜିଲ୍ଲାର ରୁଦ୍ରପୁର–ଗୋଲକୁଣ୍ଡ ମୁଖ୍ୟ ରାସ୍ତାର କାଣ୍ଡିସାହି ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ ଯୁବକ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା।
ମୃତ ଯୁବକ ଜଣକ କୁଶବଟ ଗ୍ରାମର ନଟବର ଦାସଙ୍କ ପୁଅ ଅଭିନାଶ ଦାସ ବୋଲି ଜଣାପଡ଼ିଛି। ତାଙ୍କ ବୟସ ମାତ୍ର ୨୪ ବର୍ଷ।ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟକୁ ନେଇ ଅଧିକ ସୂଚନାକୁ ଅପେକ୍ଷା।