-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
ବଲାଙ୍ଗୀର (ପ୍ରେରଣା ଖବର):ସ୍ଥାନୀୟ ସରକାରୀ ବଲାଙ୍ଗୀର ମହାବିଦ୍ୟାଳୟରେ ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ "ସ୍ୱପ୍ନର ବଲାଙ୍ଗୀର ଗଠନ ରେ ଯୁବ ସମାଜର ଭୂମିକା" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ବକ୍ତା ଭାବେ କବି ତଥା ଅଧ୍ୟାପକ ସନ୍ଦୀପ କୁଅଁର ଯୋଗ ଦେଇ ନିଜ ବକ୍ତବ୍ୟରେ ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ ବୋଲି କହିବା ସହ ଆଗାମୀ ବଲାଙ୍ଗୀର ଆମର ଭବିଷ୍ୟତ ବଂଶଧର
ମାନଙ୍କ ପାଇଁ ସୁନ୍ଦର,ସବୁଜ ଓ ସମୃଦ୍ଧ ଭାବରେ ଗଢିବା ବର୍ତମାନ ପିଢ଼ିର ଦାୟିତ୍ୱ।ଏହି ଦାୟିତ୍ୱବୋଧରୁ ଆମକୁ କେହିବି ମୁକୁଳେଇ ପାରିବେ ନାହିଁ ବୋଲି କହିଥିଲେ।ବଲାଙ୍ଗୀର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ମା ମାଟିର ଉନ୍ନତି ପାଇଁ,ଏକ ସମୃଦ୍ଧ ବଲାଙ୍ଗୀର ଗଠନ ପାଇଁ ସେ ନିଜକୁ ସମର୍ପି ଦେଇଥିବା କଥା କହି ଦେଶ ପାଇଁ,ଜାତି ପାଇଁ ଯୁବସମାଜର ତ୍ୟାଗ ଓ ବଳିଦାନ ର ଆବଶ୍ୟକତା ରହିଥିବାର କହିଥିଲେ।ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଅର୍ଥନୀତି ବିଭାଗ ମୁଖ୍ୟ ଲେଫ୍ଟନେଣ୍ଟ କୁଶ କହଁର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।ପଶ୍ଚିମ ଓଡି଼ଶା ଯୁବା ମଞ୍ଚର କାର୍ଯକାରୀ ସଭାପତି ଅଭିଷେକ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ତଥା ଶିକ୍ଷକ ରଞ୍ଜିତ ମିଶ୍ର ଧନ୍ୟବାଦ ଦେଇଥିଲେ।ମହାବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାଚକ୍ର ରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସୁମନ୍ତ ରଣା,ସମାଜଶାସ୍ତ୍ର ଅଧ୍ୟାପକ ଚନ୍ଦନ ପୁହାଣ,ଇତିହାସ ବିଭାଗ ଅଧ୍ୟାପକ ଦେବାଶିଷ ବେରୁକ, ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ସରିତା ସାହୁ ଙ୍କ ସମେତ ପଶ୍ଚିମ ଓଡିଶା ଯୁବା ମଞ୍ଚ ର ଜିଲ୍ଲା ଆବାହକ ଥବିର କର୍ମୀ ଓ ସଦସ୍ୟ ସୁବାଷ ଚନ୍ଦ୍ର ବିଶ୍ୱାଳ ସହଯୋଗ କରିଥିଲେ। ସେହିପରି ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଟାଉନ ବାଳକ ହାଇସ୍କୁଲ ରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ବିଚାରକ ଭାବରେ ପ୍ରଧାନଶିକ୍ଷୟତ୍ରୀ ମିତା ଭୋଇ, ଅଜିତ ପଧାନ, ରଜନୀ ବେହେରା, ଦିପ୍ତିମୟୀ ହୋତା ଥିବା ବେଳେ ଅନୁଷ୍ଠାନ ର ମୁଖ୍ୟ ସତ୍ୟ ନାରାୟଣ ହୋତା, ତାପସ କଳତା, ଆକାଶ କୁମାର, ସଚିକାନ୍ତ ଷାଣ୍ଢ ପ୍ରମୁଖ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପଲଜୀ ପାଣିଗ୍ରାହୀ, ସଂଯୋଜିକ ସରିତା ଦାସ, ପ୍ରତାପ ରଥ, ଗୋପଲ ପ୍ରଧାନ, ବିଧୁଭୁଷଣ ତ୍ରିପାଠୀ,ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଲୋଟସ ଷଡଙ୍ଗୀ, ସଙ୍ଗୀତା ଦାସ, ନୂତନ ଦାସ, ସୋମନାଥ ମିଶ୍ର, ବିନୋଦ କlଳସାଏ , ଗୋବିନ୍ଦ ଶତପଥୀ, ବିକାଶ ସା, ସଂଜୀବ ସାହୁ, ରାମ ଦାସ , ସୁରେଶ ମିଶ୍ର ସମେତ ସମସ୍ତ କର୍ମକର୍ତ୍ତା ସାମିଲ ଥିଲେ l