-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||     

HOME   ଜିଲ୍ଲା

ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ସୁବିଧାକୁ ସୁଦୃଢ଼ ​​କରିବା ପାଇଁ ଗତ ୧୦୦ ଦିନ ମଧ୍ୟରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ 

31-May-2025



ନୂଆପଡ଼ା(ପରମେଶ୍ୱର ମେହେର) ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିକଶିତ ନୂତନ ସମନ୍ୱିତ ଡ୍ୟାସବୋର୍ଡ ଚଳିତ ବିଧାନସଭା ଉପନିର୍ବାଚନ ଏବଂ ଆଗାମୀ ବିହାର ବିଧାନସଭା ନିର୍ବାଚନ ସମୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି।ଇ ସି ଆଇ ଏନ୍ ଇ ଟି ECINET ନାମକ ଏହି ଡ୍ୟାସବୋର୍ଡର ଲକ୍ଷ୍ୟ ହେଉଛି, ଅଂଶୀଦାରମାନଙ୍କୁ, ବର୍ତ୍ତମାନରେ ଥିବା ୪୦ରୁ ଅଧିକ ଆପ୍ ଏବଂ ୱେବସାଇଟ୍ ବଦଳରେ ସମସ୍ତ ସେବା ଏକକ ସ୍ଥାନରେ ଯୋଗାଇବା। ନିର୍ବାଚନ ଆୟୋଗ କହିଛନ୍ତି ଯେ ବର୍ତ୍ତମାନ ଉପନିର୍ବାଚନ ପ୍ରକ୍ରିୟା ସମୟରେ ECINET ର କିଛି ବର୍ଗ ଉପଲବ୍ଧ କରାଯିବ ଏବଂ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଡ୍ୟାସବୋର୍ଡକୁ ବ୍ୟବହାର ପାଇଁ ଉପଲବ୍ଧ କରାଯିବ। ଚାରୋଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜୁନ୍ ୧୯ ରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତିଦ୍ୱନ୍ଦ୍ୱୀ ଦଳ ମାନଙ୍କ ଦ୍ୱାରା ଭୋଟର ତାଲିକାରେ ଅସଙ୍ଗତି ଠାରୁ ଆରମ୍ଭ କରି ଭୋଟର ପରିଚୟପତ୍ର ନମ୍ବରର ନକଲ ପର୍ଯ୍ୟନ୍ତ ଅସଂଖ୍ୟ ପ୍ରସଙ୍ଗ ଉପରେ ଅଭିଯୋଗ ମଧ୍ୟରେ ନିର୍ବାଚନ ପରିଚାଳନାର ମାନ ବୃଦ୍ଧିହେବ ସେଥିପାଇଁ ନିର୍ବାଚନ ଆୟୋଗ ଫେବୃଆରୀ ମାସରୁ ଅନେକ ପଦକ୍ଷେପ ନେଇଛନ୍ତି ଯାହା ମଧ୍ୟରୁ ECINET ଅନ୍ୟତମ।ଫେବୃଆରୀ ୧୯ ତାରିଖରେ ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ମଧ୍ୟରୁ କିଛି ଉଦାହରଣ ହେଉଛି, ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ଠାରୁ ମୃତ୍ୟୁ ପଞ୍ଜୀକରଣ ତଥ୍ୟର ସିଧାସଳଖ ସମନ୍ୱୟ ଅନ୍ତର୍ଭୁକ୍ତ ଯାହା ଦ୍ୱାରା ମୃତ ଭୋଟରଙ୍କ ନାମ ତାଲିକାରେ ଯାଞ୍ଚ କରି ଦକ୍ଷତାର ସହ ବାତିଲˎ କରାଯାଇପାରିବ ଏବଂ ତୃଣମୂଳସ୍ତରୀୟ ମତଦାନ ଅଧିକାରୀମାନଙ୍କୁ ତାଲିମ; ଯାହା ମତଦାନ ପରିଚାଳନାକୁ ସୁବ୍ୟବସ୍ଥିତ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହେବ।ଏହା ବ୍ୟତୀତ, ନିର୍ବାଚନ ଆୟୋଗ ପ୍ରତି ମତଦାନ କେନ୍ଦ୍ରରେ ସର୍ବାଧିକ ମତଦାତାଙ୍କ ସଂଖ୍ୟା ୧୫୦୦ ରୁ ୧୨୦୦କୁ ମଧ୍ୟ ହ୍ରାସ କରିଛନ୍ତି। ସହରାଞ୍ଚଳ ମଧ୍ୟରେ ଥିବା ଘନ ଜନବସତି ବହୁତଳ-ବିଶିଷ୍ଟ ଆବାସିକ ସମାଜ/କଲୋନୀ ମଧ୍ୟରେ ଅତିରିକ୍ତ ମତଦାନ କେନ୍ଦ୍ରର ପ୍ରତିଷ୍ଠା କରିବାର ନିଷ୍ପତି ମଧ୍ୟ ନେଇଛନ୍ତି ନିର୍ବାଚନ ଆୟୋଗ ନିର୍ବାଚନ ଆୟୋଗ ଏହା ମଧ୍ୟ ସୁନିଶ୍ଚିତ କରୁଛନ୍ତି ଯେ କୌଣସି ଭୋଟର ମତଦାନ କରିବା ପାଇଁ ୨ କିଲୋମିଟରରୁ ଅଧିକ ଯାତ୍ରା ନ କରନ୍ତୁ ବୋଲି। ସ୍ପଷ୍ଟତା ପାଇଁ ଭୋଟର ସୂଚନା ସ୍ଲିପଗୁଡ଼ିକୁ ପୁନଃ ପରିକଳ୍ପନା କରାଯାଇଛି, କ୍ରମିକ ଏବଂ ଅଂଶ ସଂଖ୍ୟାର ଦୃଶ୍ୟମାନତା ବୃଦ୍ଧି କରାଯାଇଛି। ପ୍ରତ୍ୟେକ ମତଦାନ କେନ୍ଦ୍ରର ପ୍ରବେଶ ଦ୍ୱାରରେ ମୋବାଇଲ୍ ଫୋନ୍ ଜମା କରିବାର ସୁବିଧା ମଧ୍ୟ ସ୍ଥାପନ କରାଯିବ ବୋଲି ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି l ନିର୍ବାଚନ ଆୟୋଗ ଦେଶବ୍ୟାପୀ ୪,୭୧୯ ବୈଠକର ଅନୁଷ୍ଠାନ ମଧ୍ୟ କରିଥିଲେ ଯେଉଁଥିରେ ୨୮ ହଜାରରୁ ଅଧିକ ରାଜନୈତିକ ଦଳର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ।
ଆୟୋଗ ନୂଆଦିଲ୍ଲୀରେ ଆମ ଆଦମୀ ପାର୍ଟି, ଭାରତୀୟ ଜନତା ପାର୍ଟି, ବହୁଜନ ସମାଜ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି ସମେତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ନେତାମାନଙ୍କ ସହିତ ପରାମର୍ଶ କରିଥିଲେ ଏବଂ ବର୍ତ୍ତମାନର ଉପନିର୍ବାଚନ ପରେ ଏହିପରି ଆହୁରି ବୈଠକ କରିବାର ଯୋଜନା ମଧ୍ୟ ରଖିଛନ୍ତି।
ବୁଥ୍ ସ୍ତରୀୟ ଅଧିକାରୀ (BLOs), BLO ପର୍ଯ୍ୟବେକ୍ଷକ ଏବଂ ବୁଥସ୍ତରୀୟ ପ୍ରତିନିଧି (BLA) ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା। ୩,୫୦୦ ରୁ ଅଧିକ BLO ଏବଂ BLO ପର୍ଯ୍ୟବେକ୍ଷକଙ୍କୁ ତାଲିମ ଦିଆଯାଇଛି ଯାହା ଫଳରେ ସେମାନେ ଦେଶବ୍ୟାପୀ ୦.୫ ଲକ୍ଷରୁ ଅଧିକ କର୍ମକର୍ତ୍ତା-ବିଶିଷ୍ଟ ବୃହତ BLO ନେଟୱାର୍କକୁ ତାଲିମ ଦେଇ ପାରିବେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026

You Might Also Like