-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
ବରପାଲି (ସୁଦାମ ଦୀପ)ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ମୁନୁପାଲି ବିର ବଜରଙ୍ଗ କ୍ଲବ ଆନୁକୂଲ୍ୟରେ ୨୧ ତମ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଅନୁଷ୍ଠିତ ହୋଯାଇଅଛି l ଏହି ଟୁର୍ଣ୍ଣାମେଣ୍ଟ ଲେଣ୍ଡା, ଡୁଙ୍ଗୁରିପାଲି, ଉଳବା,ବିର ଵଜରଙ୍ଗ କ୍ଲବ, ବାଦିବାହଲ,ଲୋକାଲଏଫସୀ,ତେଲେଲଖୁଟି,ନାରେନପୁର, ପ୍ରମୁଖ ୮ ଗୋଟି ଦଳ ଭାଗ ନେଇଥିଲେ l ଏଥିରେ ସମାଜସେବି ରବିନ୍ଦ୍ର ବାଗ ଯୋଗଦାନ କରି ଖେଳ ଆଉଦ୍ଘାଟନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଫାଇନାଲ ଖେଳ ବରପାଲି (ଲେଣ୍ଡା), ଓ ବରଗଡ଼ ଲୋକାଲ ଏଫସୀ ମଧ୍ୟରେ ଅନୁଷ୍ଠିତ ହୋଇଥଲା l ଟ୍ରାଇବ୍ରେକର ଜରିଆରେ ଲେଣ୍ଡା ଦଳ 3-୨ ଗୋଲ ରେ ବରଗଡ ଲୋକାଲ ଏଫ୍ସି କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ l ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜ ସେବି ପୂର୍ଣ୍ଣଚନ୍ଦ୍ର ପଣ୍ଡା , ସମ୍ମାନୀତ ଅତିଥି ଭାବେ ବିଜେପି ପଞ୍ଚାୟତ ପ୍ରମୁଖ ଗଣପତି ସାହୁ, ସ୍ଥାନୀୟ ସମିତି ସଭ୍ୟ ଅନି ଭୁଏ,ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ l ପ୍ରକାଶ ରାଉତ, ଅଜିତ ବର୍ଗେ, ସୁଜିତ ବର୍ଗେ ଯୋଗ ଦେଇଥିଲେ l ବେଷ୍ଟ ଗୋଳକିପର ଭାବେ ଲେଣ୍ତାର ରାକେଶ ପଧାନ, ବେଷ୍ଟ ପ୍ଲେୟର ଲୋକାଲ ଏଫସି ବରଗଡର ( ଜ. 7) ଲିଙ୍ଗରାଜ ଭୋଇ ଚାମ୍ପିଅନ ହୋଇଥିଲେ l ଖେଳଟିକୁ
ରଘୁନାଥ ସେଠୀ, ହିମାଂଶୁ ସେଠୀ, ସୁରେଶ ନାଏକ, ରୋସନ ମେହେର ସଞ୍ଜୀବ ତରିଆ, ଖେଲ ପରିଚାଳନା କରିଥିଲେlଆଶୋକ ରାୟ, ସୁବାଷ ରାୟ, ହରେଶ ରାୟ, ହିମାଂଶୁ ଭୋଇ, ରାଜେଶ ରାୟ, ପ୍ରମୁଖ ବିର ବଜରଙ୍ଗ କ୍ଲବ ର ସଦସ୍ୟ ମାନେ ସହଯୋଗ କରିଥିଲେ l