-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁରୀ ଗୀତ ନାଚ ତାଳେ ତାଳେ ଉଦଯାପିତ ହେଲା ସୋନପୁର ର ଶୀତଳ ଷଷ୍ଠୀ ଯାତ୍ରା"- ଦେବଦମ୍ପତି ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼

01-Jun-2025



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ)
 ସସ୍ବଲପୁରୀ  ମେଲୋଡି ର ଗୀତ ନାଚ,  ଘୁମୁରା, ପର୍ଭା, ରେକର୍ଡ ଡ୍ୟାନ୍ସ ଅନେକ ପ୍ରକାର ନାଚ ଗୀତ ର ତାଳେ ତାଳେ ଆଜି ମହା ସମାରୋହରେ ଉଦଯାପିତ ହେଲା ସୋନପୁର ର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଉତ୍ସଵ l ବିବାହ ପାଣିଗ୍ରହଣ ପରେ ଗତ କାଲି ମଧ୍ୟରାତ୍ର ରୁ  ପ୍ରଭୂ ଭୋଳା ଶଙ୍କର ଓ ମାତା ପାର୍ବତୀ ଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ପାଇଁ ଖୁବ୍ ଧୁମ୍ ଧାମ ରେ ସାଂସ୍କୃତିକ ଶୋଭାଯାତ୍ରା ସହ ନଗର ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା।  ସୁବର୍ଣ୍ଣପୁର  ର ଏହି  ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ର ଏକ ବିଶେଷତ୍ଵ ହେଉଛି  ୧୦୮ ତୋଳା ର ସୁନା ନାଗ ମୂର୍ତ୍ତି ଓ ମହଣ ମହଣ ରୂପା ନିର୍ମିତ ଦେବା ଦେବୀ ଙ୍କ ଆକର୍ଷଣୀୟ ପାଲିଙ୍କି ବିମାନ l  ଯାହାକି ଯାତ୍ରା ରେ ଦୂର ଦୁରାନ୍ତର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ଏକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥାଏ। କଥିତ ଅଛି ମହାଦେବ ଓ ମାତା ପାର୍ବତୀ ଙ୍କ ଏଇ ଦୁର୍ଲଭ ଯୁଗଳ ମୂର୍ତ୍ତି ଦର୍ଶନ ରେ ଅନେକ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଶୀତଳଷଷ୍ଠୀ ନଗର ପରିକ୍ରମା ବେଳେ ସୁବର୍ଣ୍ଣପୁର ର ଇଷ୍ଟଦେବ ବାବା ସୁବର୍ଣ୍ଣ ମେରୁ ମହାରାଜାଙ୍କ ଚଳନ୍ତି ପ୍ରତିମା  ଶ୍ରୀ ଚନ୍ଦ୍ର ଶେଖର ବାବା ଙ୍କ ସମେତ ଏହି   ଶୋଭାଯାତ୍ରାରେ  ସହର ର ଅଷ୍ଟ ଶମ୍ଭୁ, ଅଷ୍ଟ୍ସ ବିଷ୍ଣୁ, ଅଷ୍ଟ ଚଣ୍ଡୀ ଙ୍କ ସହ ସମସ୍ତ ଦେବା ଦେଵୀ ନଗର ପରିକ୍ରମା ରେ ଆସି ଆଜି ମନ୍ଦିର ପ୍ରତ୍ୟାବର୍ତ୍ତନ  କରିଛନ୍ତି l ମନ୍ଦିର ରେ ନିତିକାନ୍ତି ପରେ ବର ମାତାପିତା ଜ୍ୟୋତିର୍ମୟୀ ମିଶ୍ର,ଶ୍ରୀକାନ୍ତ ମିଶ୍ର ଙ୍କ  ଉଦୟ ନଗର ସ୍ଥିତ କୈଳାସ ପୁରୀ  ବାସଭବନ ରେ ପହଞ୍ଚି ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା ସହ ସମସ୍ତ ଦେବା ଦେବୀ ଙ୍କୁ ଭବ୍ୟ ସ୍ଵାଗତ କରା ଯାଇଛି l ଆଜି ପ୍ରଭୁଙ୍କ ନଗର ପରିକ୍ରମା ବେଳେ  ରାସ୍ତା ରେ ଭକ୍ତ ଓ ଜନସାଧାରଣଙ୍କ ଭିଡ ନିୟନ୍ତ୍ରଣ ପାଇଁ ଶୀତଳଷଷ୍ଠୀ କମିଟି  ଦେବୋତ୍ତର କମିଟି,ତଥା ପୋଲିସ ପ୍ରଶାସନର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ  କରାଯାଇଥିଲା l ଓ ପ୍ରତ୍ୟେକ ପଡ଼ା ରେ ଘର ସଂବୁଖ ମାନଙ୍କ ରେ ଲୋକେ ମହାପ୍ରଭୂ ଙ୍କୁ ପୂଜା ବିଧି ଭୋଗ ଅର୍ପଣ ସହ ଦର୍ଶନ କରି ଭାବ ବିହ୍ବଳ ହୋଇ ଯାଇ ଥିଲେ l ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ବିଜୁ ପଟ୍ଟନାୟକ ଛକ ରେ, ରାମ ଧୂନ୍ କ୍ଲବ ପକ୍ଷରୁ ମଝିପଡ଼ା ଠାରେ , ଓ ବଡ ବଜାର ଦୁର୍ଗା ମଣ୍ଡପ ଆନନ୍ଦ କ୍ଲବ୍ ପକ୍ଷରୁ ଦୁର୍ଗା ମଣ୍ଡପ ଠାରେ ଓ ଗୋ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଭକ୍ତ ଶ୍ରଦ୍ଧାଳୁ ଓ 
ସାଂସ୍କୃତିକ ଶୋଭାଯାତ୍ରା  କଳାକାର ଙ୍କ ପାଇଁ ଥଣ୍ତା ପାଣି, ଦହି ସରବତ ର ବ୍ୟବସ୍ଥା କରା ଯାଇଥିଲା l ବେବୋତ୍ତର କମିଟି ର ସଦସ୍ୟ ବୈକୁଣ୍ଠ ଶତପଥି, ଶ୍ରୀବତ୍ସ ମଲ୍ଲିକ, ସତ୍ୟ ନାରାୟଣ ତ୍ରୀପାଠୀ, ପ୍ରଦୀପ ପୁରୋହିତ, ଲଡୁ କିଶୋର ମଲ୍ଲିକ ପ୍ରମୁଖ ସଦସ୍ୟ ଓ ଵର ପିତା ମାତା, କନ୍ୟା ପିତା ମାତା ଙ୍କ ପ୍ରତ୍ୟକ୍ଷ ତତ୍ଵା ବଧାନ ରେ ପୋଲିସ ର ସହଯୋଗ ରେ ଶୀତଳ ଷଷ୍ଠୀ ଯାତ୍ରା ଉତ୍ସଵ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା l ଆଜି ମଧ୍ୟାହ୍ନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର ପିତା ମାତା ଙ୍କ ପ୍ରତିନିଧି ଶ୍ରୀକାନ୍ତ ମିଶ୍ର ଙ୍କ ବାସ ଭବନ ରେ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ଓ ପ୍ରସାଦ ସେବନ ପାଈଁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବା କୁ ମିଳିଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026

You Might Also Like