-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
31-Oct-2026
ବଲାଙ୍ଗୀର(ପ୍ରେରଣା ଖବର ): ଲୌହ ମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ୧୫୧ତମ ଜନ୍ମଦିନ ଅବସରରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସ ପକ୍ଷରୁ ଥାନା ପରିସରରେ ରାଷ୍ଟ୍ରୀୟ ଏକଦା ଦିବସ ପାଳିତ ହୋଇଯାଇଛି । ଗୁଜୁରାଟର ଏକତା ନଗର ଠାରେ ପାଳନ ହେଉଥିବା ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ମିଳିତ ପ୍ୟରେଡର ଅଭିବାଦନ ଗ୍ରହଣର ସିଧାପ୍ରସାରଣ କରାଯାଇଥିଲା । ନିଶାନିବାରଣକୁ ନେଇ ପୋଲିସ ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନର ମଧ୍ୟ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ପରେ ଥାନା ଅଧିକାରୀ ଅବନୀ କୁମାର ସାହୁ ଏକତା ଦିବସ ଉପରେ ନିଜର ଅଭିଭାଷଣ ରଖିବା ସହ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଅନ୍ୟାନ୍ୟ ସଂଗଠନ ତରଫରୁ ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି ର ସଂଯୋଜକ ମନୋରଂଜନ ସାହୁ ଏହି କାର୍ଯ୍ୟକ୍ରମର
ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖି ପୋଲିସର କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଥିଲେ । ସୋସାଇଟିର ଆବାହକ ଇଂ. ବେଲାରସିଂ ଭୋଇ, ଇଂ. ଲଣିନ୍ଦ୍ର ବେହେରା,ଜ୍ଞାନରଂଜନ ପଟ୍ଟନାୟକ, ଦିବାକର ହୋତା, ରଘୁନନ୍ଦନ ସିଂହ, ଦୁର୍ବାଦଳ ମହାକୁର, ଅରୁଣ ନାଥ, ଗୋବିନ୍ଦ ମିଶ୍ର, ହରେକୃଷ୍ଣ ପଟେଲ, ବରିଷ୍ଠ ନାଗରିକ ନାରାୟଣ ପାଢ଼ି, ପ୍ରଭାକର ମିଶ୍ର, ବିନୟ ମିଶ୍ର, ଗୌର ପୁରୋହିତ, ଅଶୋକ ମିଶ୍ର, ସୁନୀଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଏ ଏସ ଆଇ ବୈକୁଣ୍ଠ ଦେହୁରୀ, ହାବିଲଦାର ଜେ.କେ ଶବର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।