-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
21-Apr-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ର ବଡ଼ଟିକା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି l ଏହି ଜନ ଶୁଣାଣୀ ଶିବିର ରେ ଆଗଲପୁର ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୁଦ୍ର ପ୍ରତାପ ସୁନା ଯୋଗ ଦେଇଥିଲେ। ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଧୀରେନ୍ଦ୍ର ମେହେର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର, ବି ପି ସି ଶ୍ରୀ ସରୋଜ କୁମାର ଧରୁଆ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ଯନ୍ତ୍ରୀ ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ର, ଶ୍ରୀ ଅରବିନ୍ଦ ମହାନ୍ତି, କନିଷ୍ଟ ଯନ୍ତ୍ରୀ ଯୋଗେଶ୍ୱର ପଧାନ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମହାକୁର, ଆବାସ ଗୃହ ବିଭାଗ ର ଶ୍ରୀ ଅଭି ସାହୁ, ଓ ଏଲ୍ ଏମ ଶ୍ରୀ ଜ୍ଞାନ ରଞ୍ଜନ ଶା, ସି ଆର୍ ସି ସି ଶ୍ରୀ ଅନିରୁଦ୍ଧ ଭୋଇ, ମତ୍ସ୍ୟ ଅଧିକାରୀ ଶ୍ରୀ ଧୂବଲ୍ କିଶୋର ମଲ୍ଲିକ, ବି ପି ସି ଶ୍ରୀ ଅଂଶୁମାନ ବାବୁ, ଏ ପି ଓ ସୁଶ୍ରୀ ଜଗତଜିତା ସେଠୀ, ଉଦ୍ୟାନ ବିଭାଗ ରୁ ଶ୍ରୀ ନରେନ୍ଦ୍ର ପଧାନ୍ ଓ ରମେଶ ବିଶ୍ବାଳ ପ୍ରଭୃତି ଅଧିକାରୀ ପ୍ରମୁଖ ଅଭିଯୋଗ ଶୁଣାଣି ରେ ଉପସ୍ଥିତ ଥିଲେ l
ଉକ୍ତ ଶିବିରରେ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଉଦୟ ନାଏକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଗ୍ରାମ ପଞ୍ଚାୟତ ଅଧିକାରୀ ଶ୍ରୀ ସୌଭାଗ୍ୟ କୁମାର ପଧାନ୍ ମଧ୍ୟ ଉପସ୍ଥିତ ରହି ସମସ୍ତ ପ୍ରକାର କାର୍ଯ୍ୟରେ ସହଯୋଗ କରିଥିଲେ। ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କିଶୋର ଭୁଏ ମଧ୍ୟ ଉପସ୍ଥିତ ରହି ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରିଥିଲେ। ଲୋକଙ୍କ ପାଇଁ ପିଇବା ପାଣି ର ମଧ୍ୟ ବ୍ୟବସ୍ଥା କରା ଯାଇଥିଲା। ଆଜିର ଜନ ଶୁଣାଣୀ ଶିବିର ରେ ମୋଟ ୩ ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି। ପ୍ରକୃତ ରେ ଦେଖିବାକୁ ଗଲେ ଆଗଲପୁର ବ୍ଲକ ରେ 4 ରୁ 5 ଟି ପଞ୍ଚାୟତ ରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି ହେଲେ ବିଡ଼ମ୍ବନାର ବିଷୟ ଲୋକେ ଅଭିଯୋଗ କରିବାକୁ ଆସୁନାହାନ୍ତି l ସତେ ଯେମିତି ଜନ ଶୁଣାଣୀ ଶିବିର ଏକ ପ୍ରକାର ପ୍ରହସନ ପାଲଟିଛି। ଲୋକ ମାନଙ୍କୁ ପଚାରିବାରୁ ନୈରାଶ୍ୟ ଜନକ ଉତ୍ତର ମିଳୁଛି। ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିିଲୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ତେଣୁ ସରକାର ଏ ଦିଗରେ ଦୃଷ୍ଟି ଦେଲେ ଜନ ସାଧାରଣ ଭିତରେ ଥିବା ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ହୋଇ ପାରନ୍ତା l