-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
13-Jan-2021
ଭୁବନେଶ୍ୱର, ୧୩ା୧ (ପ୍ରେରଣା ଖବର ): ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ପରଲୋକ ଘଟିଛି । କିଛିଦିନ ହେଲା ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ତେବେ ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
ଶ୍ରୀ ରାଓଙ୍କ ପରଲୋକ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବିଗତ ଦୁଇ ଦଶନ୍ଧି ଧରି ଶ୍ରୀ ରାଓ ୫୦ରୁ ଅଧିକ ଗରିବ ବସ୍ତି ପିଲାଙ୍କୁ ଶିକ୍ଷା ଯୋଗାଇ ଆସୁଥିଲେ । କଟକର ଜଣେ ସାଧାରଣ ଚା ଦୋକାନୀ ଭାବରେ ସେ ଲୋକଲୋଚନକୁ ଆସିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଶେଶୀ ଲାଲଙ୍କ ସହ ବହୁ ବରିଷ୍ଠ ରାଜନେତା ଗଭୀର ସମବେଦନା ଜଣାଇଛନ୍ତି ।