-+91-9937148622 |
prerana_bgr@rediffmail.com |
Wednesday 4th November 2026 |
R.N.I. Regd No. ODIODI/2010/46693
Breaking News
04-Nov-2026
ଟିଟିଲାଗଡ଼ - ବୁଧୁବାର ସକାଳ ୬ .୩୦ ମିନିଟ୍ ସମୟରେ ସ୍ଥାନୀୟ ଆଇ ଲଭ ଟିଟିଲାଗଡ ପାର୍କ ପରିସରରେ ଲାୟନ୍ସ କ୍ଲବ ପକ୍ଷରୁ ଏକ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି। ଏହି ଶିବିରରେ ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ଜନ ସାଧାରଣଙ୍କ ମଧୁମେହ ପରୀକ୍ଷଣ କରାଯିବା ସହିତ ଯାହାର ମଧୁମେହ ବାହାରିଛି ତାଙ୍କୁ ଡାକ୍ତରଙ୍କ ପରାମର୍ଶ
ନେବାକୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମସ୍ତ ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ କ୍ଲବ ତରଫରୁ ହାର୍ଦ୍ଦିକ କୃତଜ୍ଞତା ଜଣାଯାଇଛି। ଏହି ଶିବିରକୁ ପରିଚାଳନା କରିବାରେ କ୍ଲବର କୋଷାଧକ୍ଷ ଲାୟନ ଶ୍ରୀ ରାମ ଅଗ୍ରୱାଲ, ଆଇପିଟି ଲାୟନ ବିନୟ ଜୈନ, ଲାୟନ ଡାକ୍ତର ନରେନ୍ଦ୍ର ଅଗ୍ରୱାଲ, ଲାୟନ ଗଙ୍ଗାଧର ଶର୍ମା, ଆଇପିପି ଲାୟନ ସଞ୍ଜୟ ସୋନୀ, ଆଇପିଏସ୍
ଲାୟନ ପଙ୍କଜ ନାମଦେବ, କ୍ଲବର ଲାୟନ ଶ୍ରୀକାନ୍ତ ଅଗ୍ରୱାଲ, କ୍ଳବର ମାର୍କେଟିଙ୍ଗ ଚେୟାର ପର୍ସନ ଲାୟନ ସଞ୍ଜୟ କୁମାର ନାୟକ, ପ୍ରଥମ ଉପସଭାପତି ଲାୟନ ଅଜିତ ପାତ୍ର, ଲାୟନ ମଞ୍ଜୁ କମାନୀ, ଲାୟନ ପ୍ରଦୀପ ବାରିକ, ଲାୟନ ଦୀପକ ପୃଷ୍ଟି ଏବଂ କ୍ଲବ୍ ସମ୍ପାଦକ ଲାୟନ ମହମ୍ମଦ ଆବାସ ଖାନ ସହଯୋଗ କରିଥିଲେ।
ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ, ବହୁମୂଲ୍ୟ ଉପସ୍ଥିତି ଏବଂ ନିରନ୍ତର ସହଯୋଗ କାରଣରୁ ହିଁ ଏହି କାର୍ଯ୍ୟକ୍ରମଟି ଭବ୍ୟ ସଫଳତା ହାସଲ କରିପାରିଛି ବୋଲି କ୍ଲବର ପିଏସ୍ଟି ଟିମ୍ ପକ୍ଷରୁ ପ୍ରକାଶ କରାଯାଇଛି। ଏଥିସହ ସମସ୍ତଙ୍କ ସମର୍ପଣ ଓ ସହଯୋଗକୁ କ୍ଲବ ତରଫରୁ ଉଚ୍ଚ ପ୍ରଶଂସା କରାଯାଇଛି।