-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
25-Jan-2025
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା କୁ ଦୁଇ ଦିନିଆ ଗସ୍ତରେ ଆସ ଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଛାତ୍ରୀମାନେ ସାକ୍ଷାତ କରି ସମସ୍ୟା ସମାଧାନ ପାଇଁ ଆହ୍ବାନ କରିଥିଲେ। ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଜିଲ୍ଲାର ଏକମାତ୍ର ମହିଳା ଉଚ୍ଚ ଶିକ୍ଷା ଅନୁଷ୍ଠାନ ଅଟେ। ତେଣୁ ଜିଲ୍ଲାର ଏହି ଶିକ୍ଷା ଅନୁଷ୍ଠାନ କୁ ସରକାରୀ/ଆର୍ଥିକ ଅନୁଦାନ ପ୍ରାପ୍ତ କଲେଜ୍ ମାନ୍ୟତା ଦାବୀ କରିଥିଲେ। ଯୁକ୍ତ ଦୁଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ରେ ଖେଳ ପଡିଆ ଏବଂ ମହିଳା ହଷ୍ଟେଲ ପାଇଁ ଦାବୀ କରିଛନ୍ତି। ସେହିପରି ଲୋକଦୃଷ୍ଟି କଲେଜ୍ ପକ୍ଷ ରୁ ନୂତନ କୋର୍ସ ଖୋଲିବାକୁ ଦାବୀ କରିଥିଲେ। ଶିକ୍ଷା ଅନୁଷ୍ଠାନ ସମସ୍ୟା ଆସନ୍ତା ଦିନରେ ନିଶ୍ଚିତ ରୂପେ ସମାଧାନ ହେବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ପ୍ରକାଶ କରିଛନ୍ତି।