-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
05-Aug-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଛକ ନିକଟରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣାରେ ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁସାରେ, ତାଲବ ଗ୍ରାମରେ ଜନ୍ମିତ ଜସ୍ମିନ ଆଜି ଅପରାହ୍ନ ପ୍ରାୟ ୨:୩୦ ମିନିଟ୍ ସମୟରେ ନିଜ ସ୍କୁଟି ଯୋଗେ ଯାଉଥିବା ବେଳେ ଭାଲୁପାଲି ଛକ ନିକଟରେ ଏକ ଅଜଣା ଯାନ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ବିୟୋଗ ଘଟିଥିଲା।
ଜସ୍ମିନ ଜଣେ ବିବାହିତା ମହିଳା ଥିଲେ ଏବଂ ତାଙ୍କର ସ୍ୱାମୀଙ୍କ ସହ ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ତାଲବ ଗ୍ରାମ ସମେତ ସମ୍ବଲପୁରର ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।
ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରାଯାଉଛି।
ଓଁ ଶାନ୍ତି! ?