-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
06-Aug-2026
କଟକ (ତପନ ମହାନ୍ତି ):ବର୍ଷା ଦିନେ ଶୁଦ୍ଧ ପାନୀୟଜଳ ଆବଣ୍ଟନକୁ ନେଇ ସହରବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲାଣି। ସାରା ସହରରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ । ସହରର ପ୍ରମୁଖ ଅଞ୍ଚଳରେ ପ୍ରାୟ ୨୫ ବର୍ଷ ତଳେ ବିଛାଯାଇଥିବା ପୁରୁଣା ପାଇପଲାଇନ୍ ଜରିଆରେ ଏବେ ବି ସାଧାରଣ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ପ୍ରାୟ ୪୫ କିଲୋମିଟର ଦୀର୍ଘ ଏହି ପୁରୁଣା ପାଇପଲାଇନ୍ ଯୋଗୁଁ ସହରବାସୀଙ୍କୁ
ଶୁଦ୍ଧ ଓ ନିରାପଦ ପାଣି ମିଳୁଛି କି ନାହିଁ, ତାହାକୁ ନେଇ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି । କଟକ ସହରରେ ପ୍ରତିବର୍ଷ ବିଭିନ୍ନ ଋତୁରେ, ବିଶେଷ କରି ବର୍ଷା ଓ ଖରାଦିନେ, ଜଣ୍ଡିସ୍ (କାମଳ) ଏବଂ ଅନ୍ୟାନ୍ୟ ଜଳବାହିତ ରୋଗ ବ୍ୟାପିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଗତ ବର୍ଷ ସହରର ଛତ୍ରବଜାର ଅଞ୍ଚଳରେ ଅନେକ ଲୋକ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିଲା । ସେହିପରି ରେଭେନ୍ସା ହଷ୍ଟେଲରେ ଦୂଷିତ ପାଣି ପିଇବା ଯୋଗୁଁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଢ଼ି ଥିଲେ ଏବଂ ସେମାନଙ୍କୁ ମେଡି କାଲରେ ଭୂର୍ତି କରିବାକୁ
ପଡ଼ିଥିଲା । ପ୍ରତିବର୍ଷ ସହରର ବିଭିନ୍ନ ଅଞ୍ଚଳରେ ଦୂଷିତ ପାଣି ଯୋଗୁଁ ଲୋକମାନେ ଆକ୍ରାନ୍ତ ହେଉଥିବାରୁ, ଏହାର ମୂଳ କାରଣ ପୁରୁଣା ନୂଆ ପାଇପ୍ ବସାଯାଇଛି। ମାତ୍ର ବାକି ରହି ଯାଇଥିବା ପ୍ରାୟ ୪୫ କିଲୋମିଟର ଦୀର୍ଘ ପୁରୁଣା ପାଇପଲାଇନ୍ରେ କୌଣସି ପରିବର୍ତନ କରାଯାଇ ନାହିଁ । ଏହି ୨୫ ବର୍ଷର ପୁରୁଣା ପାଇପ୍ଗୁଡ଼ିକ ଏବେ ସହରବାସୀଙ୍କ ପାଇଁ ବଡ଼ ବିପଦର କାରଣ ସାଜିଛି । ବିଭିନ୍ନ ସମୟରେ ସହରର ନାଳନର୍ଦ୍ଦମା ପାଖ ଦେଇଯାଇଥିବା ଏହି ପାଇପ୍ରଗୁଡ଼ିକରେ ଲିକ୍, ସୃଷ୍ଟି ହୋଇ ଦୂଷିତ ପାଣି ମିଶିଯାଉଥିବା ନଜରକୁ ଆସିଛି।
ଅନ୍ୟପଟେ ସହରରେ ଚାଲିଥିବା ବିଭିନ୍ନ ରାସ୍ତାଘାଟ ନିର୍ମାଣ, ଡ୍ରେନେଜ୍ କାମ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଓ ଭଙ୍ଗାରୁଜା ପାଇପଲାଇନ୍ ବୋଲି ବେଳେ କାମ କରୁଥିବା ସଂସ୍ଥାଗୁଡ଼ିକ ଅଭିଯୋଗ ଉଠିଛି। ମିଳିଥିବା ତଥ୍ୟ ଅନୁସାରେ, ପ୍ରାୟ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କଟକ ସହରରେ ସାଧାରଣ ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବା ପାଇଁ ସୋଟ ୧୨୫୭ କିଲୋମିଟର ଦୀର୍ଘ ପାଇପଲାଇନ୍ ବିଛାଯାଇଛି। ଏଥିମଧ୍ୟରୁ ପ୍ରାୟ ୧୨୫ କିଲୋମିଟର ଦୀର୍ଘ ପାଇପ ଲାଇନ୍ ?କୁ ସମ୍ପୂର୍ଣ ଭାବେ ବଦଳାଯାଇ ବିଶେଷ ସତର୍କତା ଅବଲମ୍ବନ କରୁ ନାହାନ୍ତି । ଫଳରେ ରାସ୍ତା ଖୋଳାଯିବା ବେଳେ ମାଟି ତଳେ ଥିବା ପାନୀୟ ଜଳ ପାଇପ ଗୁଡିକୁ ଫାଟି ନଷ୍ଟ ହୋଇଯାଉଛି ଏହି ଫାଟ ଦେଇ ଡ୍ରେନର ଦୂଷିତ ପାଣି ପାନୀୟ ଜଳ ଭିତରକୁ ପଶି ଯାଉଛି । ଯାହା ଫଳରେ ଲୋକଙ୍କ ଟ୍ୟାପ ଦେଇ ଘରକୁ ଯାଉଛି ଏହି ଦୂଷିତ ପାଣି ବ୍ୟବହାର କରିବା ଦ୍ବାରା ହିଁ ସହରରେ ଜଣ୍ଡିସ୍ ଏବଂ ଝାଡ଼ାବାନ୍ତି ଭଳି ରୋଗ ବ୍ୟାପୁଥିବା ସ୍ଥାନୀୟ ଅଂଚଳ ବାସୀମାନେ ପ୍ରକାଶ କରିଛନ୍ତି ।ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ୨୪ ଘଣ୍ଟିଆ ଯୋଗାଇ ଦେବା ପାଇଁ ଯୋଜନା କରାଯାଇଥିଲା ଓ କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଯୋଜନା ସମ୍ପୂର୍ଣ
ଭାବେ ସଫଳ ହୋଇପାରି ନାହିଁ ଓ କଟକ ସହରକୁ ମୋଟ ୫୯ ଟି ଜୋନ୍ ?ରେ ବିଭକ୍ତ କରାଯାଇ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। ମାତ୍ର ଏହି ୫୯ଟି ଜୋନ୍ ମଧ୍ଯରୁ ବର୍ତ୍ତମାନ ସୁଦ୍ଧା ୪୫ଟି ଜୋନ୍ରେ ୨୪ ଘଣ୍ଟିଆ ପାଣି ଯୋଗାଣ ସମ୍ଭବ ହୋଇପାରିଛି। ବାକି ରହିଯାଇଥିବା ୧୪ଟି ଜୋନ୍ରେ ଏପର୍ଯ୍ୟନ୍ତ ୨୪ ଘଣ୍ଟିଆ ପାଣି ଯୋଗାଣ ସମ୍ଭବ ହୋଇପାରି ନାହିଁ, ଯାହା ପ୍ରଶାସନିକ ଦୂରଦୃଷ୍ଟିର ଅଭାବକୁ ଦର୍ଶାଉଛି। ଏବେ ବର୍ଷା ଦିନ ଚାଲିଥିବା ବେଳେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଉଭୟ ଜିଲ୍ଲା ପ୍ରଶାସନ ଏବଂ କେଏମ୍ସି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।