-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
05-Aug-2026
ବଲାଙ୍ଗୀର(ପ୍ରେରଣା ଖବର) ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ବଲାଙ୍ଗୀର ଜୋନ ପକ୍ଷରୁ ବଲାଙ୍ଗୀର ବ୍ଲକ ଓଷ୍ଟା ସଭାପତି ସୁରେଶ ଷଡ଼ଙ୍ଗୀ,ସମ୍ପାଦକ ସଞ୍ଜୟ ତ୍ରିପାଠୀ,ଜିଲ୍ଲା କାର୍ଯକାରୀ ସଭାପତି ଅନିଲ ସାହୁ,ଜିଲ୍ଲା ସମ୍ପାଦକ ଶଙ୍କର ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ,ଉଚ୍ଚଶିକ୍ଷା ମନ୍ତ୍ରୀ,ଆଇନ ମନ୍ତ୍ରୀଙ୍କୁ ଏକ ଦାବୀପତ୍ର ବଲାଙ୍ଗୀର ବିଡ଼ିଓ ହୃଷିକେଶ ଗଣ୍ଡଙ୍କ ଜରିଆରେ ପ୍ରଦାନ କରାଯାଇଛି।ଏହି ଦାବୀପତ୍ରରେ ସମସ୍ତ ଯୋଗ୍ୟ ସ୍କୁଲ ଓ କଲେଜକୁ ଜିଆଇଏ ଅନ୍ତର୍ଭୁକ୍ତ କରାଯାଇ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ ଏବଂ କର୍ମଚାରୀଙ୍କୁ ପେନସନ ଓ ସେବା ସର୍ତ୍ତ ପ୍ରଦାନ କରିବା,ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜ ର ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ଶୀଘ୍ର ଆରମ୍ଭ କରାଯାଉ ଏବଂ ଅବସର ଗ୍ରହଣର ବୟସ ୬୦ ବର୍ଷରୁ ବଢ଼ାଇ ୬୨ବର୍ଷ କରାଯାଉ,ସମସ୍ତ ବର୍ଗର କର୍ମଚାରୀଙ୍କ
ବେତନ ବୈଷମ୍ୟ ଦୂର କରାଯାଉ ଏବଂ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନୋସନାଲ ବେତନ ବୃଦ୍ଧି ପ୍ରଦାନ କରାଯାଉ, ସମସ୍ତ ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜକୁ ସରକାରୀକରଣ କରାଯାଇ ସମସ୍ତଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ଉଲ୍ଲେଖ ହୋଇଛି।ଏହି ଦାବୀ ପତ୍ର ପ୍ରଦାନ ସମୟରେ ଓଷ୍ଟା ରାଜ୍ୟ ଉପସଭାପତି ସୁଧୀର ନାଏକ,ସଭ୍ୟ ଜଗନ୍ନାଥ ସାହୁ,ସରୋଜ ସାହୁ,ମଦନ ମୋହନ ରଥ,ରାଜକିଶୋର ଭଞ୍ଜ,ମନୋଜ ଧଳ,ପ୍ରଦୀପ ନାଏକ, ବୈକୁଣ୍ଠ ଜେନା,ସୁଧାଂଶୁ ଶତପଥି,ଗୋବିନ୍ଦ ବଗର୍ତ୍ତୀ, ପରେଶ ଯୋଶୀ ଉପସ୍ଥିତ ଥିଲେ।