-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
06-Aug-2026
ନୂଆପଡ଼ା(ପ୍ରେରଣା ଖବର): ନୂଆପଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର କୋମନା ଥାନା ଅନ୍ତର୍ଗତ ଦେଓଧରା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନୂଆପଡ଼ା ଅବକାରୀ ରେଞ୍ଜ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ୩୦ ଲିଟର ବିୟର, ୧୦ ଲିଟର ମଦ (IMFL), ୮ ଲିଟର ଆଇ.ଡି. ମଦ, ୨୩ ଲିଟର ଓ.ଏସ୍. ମଦ ଏବଂ ୧୫୦
ଲିଟର ଖଜୁରୀ ତାଡ଼ି ଜବତ କରାଯାଇଥିଲା। ଏହି ଘଟଣାରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ମଙ୍ଗଳ ଛତ୍ରିଆ
ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ।
ଜିଲ୍ଲାରେ ବେଆଇନ ମଦ କାରବାର ଓ ଚୋରାଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।