-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
21-Jan-2025
ତୁଷୁରା(ପଞ୍ଚାନନ ନାଏକ): ଗୁଡଭେଲା ବ୍ଲକ୍ ସାହିତ୍ୟ ଘର ତରଫରୁ ନବାଗତ ବିଡିଓ ରାମଦତ୍ତ ଭୋଇଙ୍କୁ ସଂପାଦକ ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା। ଏଥିରେ ସଂଯୋଜକ ସୁନୀଲ ଜୈନ, ଯୁଗ୍ମ ସଂପାଦକ ଦେବାଶିଷ ମହାପାତ୍ର ଓ ସଦସ୍ୟା ବବିତା ନାୟକ ପ୍ରମୁଖ ଶ୍ରୀ ଭୋଇଙ୍କୁ ଅଫିସ ଚାମ୍ବରରେ ଭେଟି ସ୍ବାଗତ ଜଣାଇ ଥିଲେ। ଶ୍ରୀ ଭୋଇ ଜଣେ ପ୍ରକୃତି ପ୍ରେମୀ ହେବା ସହ ଜଣେ ସାହିତ୍ୟାନୁରାଗୀ ଭାବେ ବେଶ ଜଣାଶୁଣା। ତାଙ୍କର ଯୋଗଦାନ ପରେ ବ୍ଲକ୍ ରେ ସବୁଜ ବଳୟ ସୃଷ୍ଟି ହେବା ସହ ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ହେବ ବୋଲି ଆଶା କରାଯାଉଛି।